ଜୀବନଯୁଦ୍ଧରେ ହାରିଗଲେ କରଣବୀର

୮ବର୍ଷ କୋମାରେ ରହି ବଞ୍ଚିବାକୁ ସଂଘର୍ଷ କରୁଥିବା ସେନା ଅଧିକାରୀ ଶେଷରେ ହାରି ଯାଇଛନ୍ତି। ରବିବାର ଭାରତୀୟ ସେନାର ଟେରିଟୋରିଆଲ ଆର୍ମିର ଲେପ୍ଟନାଣ୍ଟ କର୍ଣ୍ଣେଲ କରଣବୀର ସିଂହ ନଟ୍ଟଙ୍କ ଦେହାନ୍ତ ହୋଇଛି।
୨୦୧୫ରେ ଜମ୍ମୁ-କଶ୍ମୀରର କୁପୱାରାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ କରଣବୀରଙ୍କ ମୁହଁରେ ଗୁଳି ବାଜିଥିଲା। ସେବେଠାରୁ ସେ କୋମାରେ ଥିଲେ। କିନ୍ତୁ ରବିବାର ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ସୂଚନା ମୁତାବକ,କରଣବୀର ସିଂହ ୨୦ବର୍ଷ ସେନାରେ କାର୍ଯ୍ୟ କରିଥିଲେ। ଟେରିଟୋରିଆଲ୍ ଆର୍ମିରେ ଯୋଗଦେବା ପୂର୍ବରୁ ସେ ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଂ ଏକାଡେମୀରୁ ପାସ୍ କରି ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେଠାରେ ୧୪ବର୍ଷ କାମ କରିବା ପରେ ସେ ଟେରିଟୋରିଆଲ ଆର୍ମିକୁ ବଦଳି ହୋଇ ଆସିଥିଲେ।
ନଭେମ୍ବର ୨୦୧୫ରେ ଜମ୍ମୁ କଶ୍ମୀରର କୁପୱାରାରେ ଏକାଧିକ ଏନକାଉଣ୍ଟର ହେବା ଆରମ୍ଭ ହୋଇଥିଲା। ନଭେମ୍ବର ୨୨, ୨୦୧୫ରେ ହାଜି ନାକା ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସେନା ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ ସମୟରେ ଆତଙ୍କବାଦୀଙ୍କ ଗୁଳି ଆସି କରଣବୀରଙ୍କ ମୁହଁରେ ବାଜିଥିଲା। ଅନ୍ୟ ଜଣେ ଅଧିକାରୀ ଏହି ଆକ୍ରମଣରେ ସହିଦ୍ ହୋଇଥିବା ବେଳେ ବଞ୍ଚିଯାଇଥିଲେ କରଣବୀର। ହେଲେ କୋମାକୁ ଚାଲିଯିବାରୁ ସେବେଠାରୁ କରଣବୀରଙ୍କ ପରିବାର ତାଙ୍କୁ ଭଲ କରିବା ପାଇଁ ସଂଘର୍ଷ କରିଥିଲେ। କିନ୍ତୁ ୮ବର୍ଷର ସଂଘର୍ଷ ପରେ କରଣବୀରଙ୍କର ଦେହାନ୍ତ ହୋଇଛି।
Powered by Froala Editor