ନଲୀ ମଟନ୍ ପାଇଁ ଭାଙ୍ଗିଗଲା ନିର୍ବନ୍ଧ
ସାମାନ୍ୟ ନଲୀ ମଟନ୍(ମଟନ୍ ହାଡ) ପାଇଁ ଭାଙ୍ଗି ଗଲା ବାହଘର । ବର ପକ୍ଷ ଲୋକ ନଲୀ ମଟନ୍ ହୋଇନଥିଲା ବୋଲି ବାହାଘର ଭାଙ୍ଗି ଦେଲେ । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ର ନିଜାମବାଦ୍ ଜିଲ୍ଲାରେ । କନ୍ୟା ଘର ଲୋକେ ନିଜାମବାଦ୍ ଜିଲ୍ଲାର ହୋଇଥିବା ବେଳେ ବର ଘର ଜଗତିୟାଲ୍ ଜିଲ୍ଲାର ଥିଲେ । ଉଭୟ ଘର ଲୋକଙ୍କ ସମ୍ମତିରେ ବାହଘର ହେବ ବୋଲି ସ୍ଥିର କରାଯାଇଥିଲା । ସେଥିପାଇଁ ପ୍ରଥମେ ସେମାନଙ୍କ ନିର୍ବନ୍ଧ ନିଜାମାବାଦରେ ହୋଇଥିଲା।
କିନ୍ତୁ ନିର୍ବନ୍ଧ ଭୋଜିରେ ନଲୀ ମଟନ୍ ଆଇଟମ୍ କୁ ଛାଡି ଅନ୍ୟ ସବୁ ନନଭେଜ୍ ଆଇଟମ୍ ହୋଇଥିଲା । ନିର୍ବନ୍ଧ ସରିବା ପରେ ତେବେ ବର ପକ୍ଷ ଖାଇବା ବେଳେ ମେନ୍ୟୁ ରେ ନଲୀ ମଟନ୍ ହୋଇ ନଥିବା ଜାଣିବାକୁ ପାଇଥିଲେ କନ୍ୟା ପକ୍ଷଙ୍କ ସହ ଝଗଡା କରିଥିଲେ । ସ୍ଥିତି ଏପରି ହୋଇ ହୋଇଥିଲା ଯେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ।
ଝଗଡା ହେବାରୁ ପୋଲିସ୍ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲା । ପୋଲିସ୍ ବର ଘର ଲୋକଙ୍କୁ ବୁଝା ସୁଝା ମଧ୍ୟ କରିଥିଲା । କିନ୍ତୁ ଏଥିରେ କିଛି ବି ସୁଫଳ ମିଳିନଥିଲା । କିନ୍ତୁ ସେମାନେ ଏପରି ଅପମାନକୁ ସହ୍ୟ କରିବେ ନାହିଁ ବୋଲି କହିଥିଲେ। ନିର୍ବନ୍ଧର କିଛି ସମୟ ପରେ ହିଁ ବାହାଘର ଭାଙ୍ଗି ଯାଇଛି।
Powered by Froala Editor