ବାବା ନିତ୍ୟାନନ୍ଦ ଭାରତକୁ ଫେରିଲେ କରୋନା କମିଯିବ

ନୂଆଦିଲ୍ଲୀ: ଭାରତରୁ ଇକ୍ୱେଡର ପଳାଇଥିବା ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଭାରତକୁ ଫେରି ଆସିଲେ କରୋନା କମିଯିବ ବୋଲି କହିଛନ୍ତି । କିଛି ଦିନ ହେଲା ଏକ ଭିଡିଓ ରିଲିଜ ହୋଇଛି । ସେଥିରେ ତାଙ୍କର ଜଣେ ଶିଷ୍ୟ ତାଙ୍କୁ ପଚାରୁଛନ୍ତି ଭାରତରୁ କୋଭିଡ-୧୯ କେବେ ଯିବ? ଏହାର ଉତ୍ତରରେ ନିତ୍ୟାନନ୍ଦ କହିଛନ୍ତି, ତାଙ୍କ ଆଧ୍ୟାତ୍ମିକ ଶରୀରରେ ଦେବୀ ‘ଅମନ’ଙ୍କର ପ୍ରବେଶ ହୋଇଛି । ଭାରତରେ ସେ ପାଦ ଦେଲେ କରୋନା ଛାଡ଼ି ଚାଲିଯିବ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି ।
Powered by Froala Editor