ରାଷ୍ଟ୍ରପତିଙ୍କୁ ଚାପୁଡ଼ା
ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କ ଜନୈକ ବ୍ୟକ୍ତି ହାତ ମିଳାଇବା ବାହାନରେ ତାଙ୍କୁ ଚାପୁଡା ମାରିଛି । ରାଷ୍ଟ୍ରପତିଙ୍କ ଦକ୍ଷିଣ ଫ୍ରାନ୍ସର ଡ୍ରୋମ ଗସ୍ତକାଳରେ ଏହି ଘଟଣା ଘଟିଛି । ହୋଟେଲ ବାହାରେ ଅପେକ୍ଷା କରିଥିବା ଲୋକଙ୍କୁ ରାଷ୍ଟ୍ରପତି ଭେଟିବାକୁ ଯିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଅପ୍ରତ୍ୟାଶିତ ଭାବେ ତାଙ୍କ ଗାଲକୁ ଚାପୁଡା ମାରିଛି । ମାରିଲା ବେଳେ ସେ ‘ଡାଉନ ୱିଥ ମେକ୍ରୋନିଆ’ ବୋଲି ଜୋରରେ ଚିକ୍ରାର କରୁଥିବା ଶୁଣାଯାଇଛି । ସୁରକ୍ଷା କର୍ମୀ ତୁରନ୍ତ ରାଷ୍ଟ୍ରପତିଙ୍କୁ ସେଠାରୁ ନେଇଯିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ସେମାନେ କିଏ ଓ କାହିଁକି ଏପରି ଆଚରଣ କଲେ ତାହା ସ୍ପଷ୍ଟ ହୋଇ ନାହିଁ ।
Powered by Froala Editor