ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ଆର୍ଥ୍ରାଇଟିସ୍ ସମସ୍ୟା

ଆର୍ଥ୍ରାଇଟିସ୍ କାରଣରୁ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । କିନ୍ତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାର କାରଣ କ'ଣ ଓ କାହିଁକି ମହିଳାମାନେ ଅଧିକ ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଆପଣ ଜାଣନ୍ତି କି? ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆର୍ଥ୍ରାଇଟିସ୍ ଗଣ୍ଠିରେ ଫୁଲା ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଏହାର ସବୁଠାରୁ ବଡ କାରଣ ହେଉଛି ବୟସ ବୃଦ୍ଧି । ୧୦୦ ରୁ ଅଧିକ ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଛି । ମହିଳାମାନେ ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି । ଆର୍ଥ୍ରାଇଟିସ୍ ରୋଗରେ ହରମନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ମେଦବହୁଳତା ଆର୍ଥ୍ରାଇଟିସର ଆଉ ଏକ ମୁଖ୍ୟ କାରଣ । ମୋଟାପଣ ଓ ଅତିରିକ୍ତ ଓଜନ ଗଣ୍ଠି ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ କାର୍ଟିଲେଜ୍ ନଷ୍ଟ ହୋଇଯାଏ । ଫଳରେ ମହିଳାମାନଙ୍କର ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ବୃଦ୍ଧିପାଏ ।
Powered by Froala Editor