୮୭ ଛୁଆର ବାପା ଏହି ବ୍ୟକ୍ତି, କିଏ ସେ ଜାଣନ୍ତୁ...
ନୂଆଦିଲ୍ଲୀ: ୫ କିମ୍ବା ୧୦ ନୁହେଁ । ୮୭ ସନ୍ତାନର ବାପା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ସୁସ୍ଥ ଥିଲେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ମାତ୍ର ଘଟଣାଟି ସତ୍ୟ । ଋଷର ଜଣେ ବ୍ୟକ୍ତି ଏହି ବିରଳ ରେକର୍ଡ କରିଛନ୍ତି । ସେ ହେଲେ ଫିୟୋଡୋ ବାସିଲୟେବ ।
ଫିୟୋଡୋ ଜଣେ ସାଧାରଣ ଚାଷୀ । ସେ ୧୭ ଶତାବ୍ଦୀରେ ବୈଲେଣ୍ଟିନା ବାସିଲୟେବଙ୍କୁ ବିବାହ କରିଥିଲେ । କିଛିଦିନ ପରେ ବୈଲେଣ୍ଟିନା ଗର୍ଭବତୀ ହୋଇଥିଲେ । ଏହାପରେ ସେ ଯାଁଳା ଶିଶୁ ଜନ୍ମ ଦେଇଥିଲେ । ଉଭୟ ସୁସ୍ଥ ଥିଲେ । ଏହାର ମାତ୍ର ବର୍ଷକ ପରେ ପୁଣି ଥରେ ଗର୍ଭବତୀ ହୋଇଥିଲେ ବୈଲେଣ୍ଟିନା । ଏଭଳି ଭାବେ ୨୭ ଥର ଗର୍ଭ ଧାରଣ କରି ୬୯ ସନ୍ତାନ ଜନ୍ମ ଦେଇଥିଲେ । ସେ ତାଙ୍କ ଜୀବନରେ ୧୬ଥର ଯାଁଳା ଶିଶୁ, ୭ଥର ୩ଟି ଲେଖାଏଁ ଶିଶୁ ଏବଂ ୪ଥର ୪ଟି ଲେଖାଏଁ ସନ୍ତାନକୁ ଜନ୍ମ ଦେଇଥିଲେ । ବାସିଲୟେବଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ବିଷୟରେ ପ୍ରଥମେ ୧୭୮୨ ମସିହାରେ ଜଣାପଡ଼ିଥିଲା । ଏହାର ଗୋଟିଏ ବର୍ଷ ପରେ ୧୭୮୩ ମସିହାରେ ଏହି ଘଟଣା ଖବର କାଗଜରେ ପ୍ରକାଶିତ ହୋଇଥିଲା ।
୧୭ ଶତାବ୍ଦୀରେ ଆଧୁନିକ ବିଜ୍ଞାନର ଅଭାବ ସତ୍ତ୍ୱେ ଏହି ମହିଳା କିପରି ଏତେ ଥର ଗର୍ଭବତୀ ହୋଇ ସଫଳତାର ସହ ପ୍ରସବ କରିବାରେ ସକ୍ଷମ ହୋଇଥିଲେ ସେନେଇ ଅନେକ ସମୟରେ ପ୍ରଶ୍ନ ଉଠେ । କିନ୍ତୁ ଗିନିଜ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଏହି ରେକର୍ଡକୁ ନେଇ କହିଛି ଯେ, ଏମିତି ବି ସମ୍ଭାବନା ଅଛି ଯେ ଏହି ମହିଳା ଗୋଟିଏ ଥରରେ ହାଇପର ଓବ୍ୟୁଲେଟ୍ ହୋଇଥାଇ ପାରନ୍ତି କିମ୍ବା ଏହି ମହିଳାଙ୍କର ଏକାଧିକ ଅଣ୍ଡା ଛାଡିବାର ପ୍ରବୃତ୍ତି ଥାଇପାରେ । ଯାହାଦ୍ୱାରା ଏହି ମହିଳାଙ୍କ ପାଖରେ ଯାଁଳା ବା ଅଧିକ ସନ୍ତାନ ଜନ୍ମ ହେବାର ସମ୍ଭାବନାକୁ ବହୁଗୁଣିତ କରିଥାଏ । ଏହା ମଧ୍ୟ ଦାବି କରାଯାଇଥିଲା ଯେ ଜଣେ ମହିଳା ୨୭ ଥର ଗର୍ଭବତୀ ହେବା ଅସମ୍ଭବ ନୁହେଁ ।
ଫିୟୋଡୋଙ୍କ ଦ୍ୱିତୀୟ ପତ୍ନୀ ୮ ଥର ଗର୍ଭବତୀ ହୋଇଥିଲେ ଏବଂ ୧୮ ଟି ସନ୍ତାନ ଜନ୍ମ ଦେଇଥିଲେ । ଏହି ମହିଳା ୬ଥର ଯାଁଳା ଏବଂ ଦୁଇଥର ୩ଟି ଲେଖାଏଁ ଶିଶୁ ଜନ୍ମ ଦେଇଥିଲେ ।
Powered by Froala Editor