ବୈଷ୍ଣୋ ଦେବୀ ମନ୍ଦିରରେ ନିଆଁ
ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସ ଭିତରେ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଅଧିକାରୀଙ୍କ କହିବାନୁଯାୟୀ, ଏହି ଅଗ୍ନିକାଣ୍ଡରେ କିଛି ନଗଦ ଟଙ୍କା ଓ ଡକ୍ୟୁମେଣ୍ଟ ନଷ୍ଟ ହୋଇଯାଇଛି। ମନ୍ଦିର ନିକଟସ୍ଥ କଲିକା ଭବନରେ ଥିବା ଏକ କ୍ୟାସ କାଉଣ୍ଟରରେ ପ୍ରାୟ ୪ଟା ୧୫ମି. ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। କୌଣସି ବଡ଼ ଧରଣର କ୍ଷତି ଘଟିନଥିଲେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିବାରୁ ସମସ୍ତେ ଭୟଭୀତ ହୋଇପଡିଛନ୍ତି ।
Powered by Froala Editor