୩୫ ଆଇପିଏସ ଅଧିକାରୀଙ୍କୁ ୪ କୋଟି ଜରିମାନା
ମୁମ୍ବାଇ: ନିର୍ଦ୍ଧିଷ୍ଟ ପଦବିରୁ ବଦଳି ପରେ ମଧ୍ୟ ସରକାରୀ କ୍ୱାର୍ଟର୍ସରେ୨ ରହିବା ଯୋଗୁଁ ମହାରାଷ୍ଟ୍ର ସରକାରଙ୍କ ୩୫ ଜଣ ଆଇପିଏସ ଅଧିକାରୀଙ୍କ ଉପରେ ଅତି କମରେ ୩.୮୨ କୋଟି ଜରିମାନା ଲଗାଯାଇଛି । ଏକ ଆରଟିଆଇ ଆବେଦନରୁ ଏହା ଜଣାପଡ଼ିଛି । ସେହି ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଚାକିରିରେ ଥିବା ଓ ଅବସରପ୍ରାପ୍ତ କର୍ମଚାରୀ ସାମିଲ । ସେହିପରି ପୁନେର ଷ୍ଟେଟ ରିଜର୍ଭ ପୁଲିସ ଫୋର୍ସର ଡିଆଇଜି ସଞ୍ଜୟ କୁମାର ବାଭିସ୍କରଙ୍କ ଉପରେ ସର୍ବାଧିକ ଜରିମାନା ୭୫.୭୭ ଲକ୍ଷ ଟଙ୍କା) ଜରିମାନା ଲଗାଯାଇଥିବା ଜଣାପଡ଼ିଛି । ତାଙ୍କ ବ୍ୟତୀତ ମୁମ୍ବାଇର ଦୁଇ ଜଣ ପୂର୍ବତନ ପୁଲିସ କମିଶନର ବି ଏହି ତାଲିକାରେ ସାମିଲ ଅଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ଶେଷ ଯାଏ ସେମାନଙ୍କ ବିରୋଧରେ ଏହି ଜରିମାନାକୁ ହିସାବ କରାଯାଇଛି ।
Powered by Froala Editor