୨୪ ହଜାର ବର୍ଷ ଧରି ଜୀବିତ ଏହି ପ୍ରାଣୀ...
ବିଶ୍ୱାସ ନହେଲେ ବି ସତ । ଦୀର୍ଘ ୨୪ ହଜାର ବର୍ଷ ପରେ ଅକାତ ତଳ ସମୁଦ୍ରରୁ ନିଦରୁ ଉଠିଛି ଏକ ପ୍ରାଣୀ । ଏହି ପ୍ରାଣୀ ଅତି ସୂକ୍ଷ୍ମ । ଯିଏକି ସାଇବେରିଆର ବରଫ ତଳେ ରୁହେ । ଦୀର୍ଘ ବର୍ଷ ଧରି ସେ ତାର ଉପଯୁକ୍ତ ସମୟକୁ ଅପେକ୍ଷ କରିଥାଏ । ଏବେ ସେ ସମୁଦ୍ର ଉପରକୁ ଉଠିଛି । ଏହି ପ୍ରାଣୀର ନାଁ ହେଉଛି ବଡେଲୋଏଡ୍ ରୋଟିଫର ।
ଏହାକୁ ବୈଜ୍ଞାନିକମାନେ ରୁଷିଆ ଆର୍କଟିକ୍ର ଆଲାୟେଜା ନଦୀ ନିକଟରୁ ପାଇଛନ୍ତି। ମାଟି ଖୋଳି ଏହାକୁ ବାହାର କରାଯାଇଛି। ଆସେକ୍ସୁଆଲି ରିପ୍ରଡ୍ୟୁସ୍ କରୁଥିବା ଏହି ସୂକ୍ଷ୍ମ ପ୍ରାଣୀଟି ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ଜୀବିତ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି ଏହାର ଅଦ୍ଭୁତ କ୍ଷମତା ରହିଛି। ଏହା ଏକାଦିକ୍ରମେ ୧୦ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ରେଡିଓକାର୍ବନ ଡାଟିଂ ଅନୁସାରେ ବଡେଲୋଏଡ୍ ରୋଟିଫର ୨୪ ହଜାର ବର୍ଷ ଧରି ଶୋଇ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କିତ ରିପୋର୍ଟ କରେଣ୍ଟ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟି ୨୩,୯୬୦ରୁ ୨୪,୪୮୫ ବର୍ଷ ତଳର ବୋଲି ରେଡିଓକାର୍ବନ ଡାଟିଂ ରିପୋର୍ଟରୁ ସୂଚନା ମିଳିଥିବା ରୁଷିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକୋକେମିକାଲ ଆଣ୍ଡ୍ ବାୟୋଲୋଜିକାଲ ପ୍ରୋବ୍ଲେମ୍ସ ଇନ୍ ସଏଲ୍ ସାଇନ୍ସ୍ର ପ୍ରଫେସର ଷ୍ଟାସ୍ ମାଲାଭିନ୍ କହିଛନ୍ତି। ତେବେ ଏହି ପ୍ରାଣୀ ବିଷୟରେ ରିସର୍ଚ ଜାରି ରଖିଛନ୍ତି ବିଶେଷଜ୍ଞ ଟିମ୍ । କେବେଠାରୁ ଏହି ପ୍ରାଣୀର ଜନ୍ମ ହୋଇଥିଲା ଏବଂ ତାର କ୍ଷମତା କ’ଣ ସେ ବିଷୟରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ।
Powered by Froala Editor