ମହାତ୍ମାଗାନ୍ଧୀଙ୍କ ଅଣନାତୁଣୀଙ୍କ ନାଁରେ ଜାଲିଆତି ମାମଲା, ୭ ବର୍ଷ ଜେଲ୍
ଡର୍ବାନର ଏକ କୋର୍ଟ ମହାତ୍ମା ଗାନ୍ଧିଙ୍କ ନାତୁଣୀକୁ ୬୦ ଲକ୍ଷ ଟଙ୍କା ଜାଲିଆତି ମାମଲାରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଶିଳ୍ପପତି ଏସ.ଆର ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ୬ ମିଲିୟନ୍ ରାଣ୍ଡ୍ (ଦକ୍ଷିଣ ଆଫ୍ରିକାର ମୁଦ୍ରାର ଏକକ) ଜାଲିଆତି ମାମଲାରେ ଅଭିଯୁକ୍ତ ଥିଲେ।
ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ଅଧିକାର କର୍ମୀ ଏଲା ଗାନ୍ଧୀ ଓ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ ଝିଅ। ଲତା ରାମଗୋବିନ୍ ତାଙ୍କ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି।
Powered by Froala Editor