ବାଘୁଆ ମହୁମାଛି ଆକ୍ରମଣରେ ୭ ଆହତ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଦପୁର ହାଟପଡ଼ିଆ ନିକଟସ୍ଥ ବର୍ତ୍ତନା ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆକ୍ରମଣରେ ୨ ସ୍କୁଲ ଛାତ୍ରଙ୍କ ସମେତ ୭ଜଣ ଆହତ ହୋଇଛନ୍ତି। ଏଣେ ୨ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳ ସାଢ଼େ ୯ଟାରେ ହଠାତ୍ ବାଘୁଆ ମହୁମାଛି ଦଳ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ବାଘୁଆ ମହୁମାଛି କାମୁଡ଼ାରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୭ଜଣ ଆହତ ହୋଇଛନ୍ତି। ଦୁଇ ସ୍କୁଲ ଛାତ୍ର ହେଲେ କୁରାଢ଼ିକ ଗ୍ରାମର କିରଣ ମହାନ୍ତି ଏବଂ ଶୁଭମ ମହାନ୍ତି। ସେହିପରି ବୈଦପୁର ଗ୍ରାମର ଦୁର୍ଗା ସିଂ(୧୮ ବର୍ଷ), ମେର୍ଦା ଗ୍ରାମର ଦୀପିକା ଡଗରା(୧୯), ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ (୩୮) ଏବଂ ସାତପଉଟି ଗ୍ରାମର ଇନ୍ଦ୍ରଜିତ ସାହୁ(୨୮) ଏବଂ ଶୁଭଲକ୍ଷ୍ମୀ ସାହୁ(୧୬) ମଧ୍ୟ ଆହତ ହୋଇଥିଲେ। ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Powered by Froala Editor