ବୈପାରୀଗୁଡ଼ା ଆଇଆଇସି ଗିରଫ: ପୁଳା ପୁଳା ଟଙ୍କା ଆଣୁଥିଲେ କେଉଁଠୁ?
ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କୋରାପୁଟର ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଇନ୍ସପେକ୍ଟର ଶ୍ରୀ ଶତପଥୀ ଗତକାଲି ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା । ବସ୍ ଭିତରେ ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶ୍ରୀ ଶତପଥୀଙ୍କଠୁ ୩୭.୨୭ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି ।
ତାଙ୍କ କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିବାବେଳେ ବୈପାରିଗୁଡ଼ା କାର୍ଟର୍ସରୁ ୩ ଲକ୍ଷ, ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଏସବୁ ୫ଶହ ଟଙ୍କିଆ ନୋଟ୍ ବୋଲି ସୂଚନା ମିଳିଛି। ଆଇଆଇସି କୋଉଠୁ ଏତେ ଟଙ୍କା ଆଣିଲେ ସେନେଇ କଟକ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରୁଛି।
ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, କୌଣସି ସୂତ୍ରରୁ ତଥ୍ୟ ମିଳିବା ପରେ ଭିଜିଲାନ୍ସ ଶ୍ରୀ ଶତପଥୀ କଟକ ଆସୁଥିବା ବସକୁ ପିଛା କରିଥିଲେ । ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ଏକକାଳୀନ ଚଢ଼ଉ କରିଥିଲେ ।
Powered by Froala Editor