ଗୁଜୁରାଟ ବିଶୋଧନାଗାରର ସଂପ୍ରସାରଣ ପାଇଁ ୨୪ ହଜାର କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ - ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଗୁଜୁରାଟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ବିତରଣ ଷ୍ଟେସନର ପ୍ରତିଷ୍ଠା ହେବ
ଏହି ଏମଓୟୁ ଗୁଜୁରାଟ ପାଇଁ ସମୃଦ୍ଧିର ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରିବ
ଗୁଜୁରାଟ/ଭୁବନେଶ୍ୱର – ଗୁଜୁରାଟ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ଅଧୀନରେ ଇଣ୍ଡିଆନ ଅଏଲର ଗୁଜୁରାଟ ବିଶୋଧନାଗାର ରାଜ୍ୟରେ ତୈଳ, ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ସମେତ ଗୁଜୁରାଟର ବିକାଶ ପାଇଁ ୨୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ପୁଞ୍ଜିନିବେଶ ହେବା ଦ୍ୱାରା ଗୁଜୁରାଟ ବିଶୋଧନାଗାର ସଂମ୍ପ୍ରସାରଣ ହେବା ସହ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଉତ୍ପାଦର ଉପଲବ୍ଧତା ବଢ଼ିବ । ଗୁଜୁରାଟକୁ ପେଟ୍ରୋଲିୟମ ଏବଂ ଡ଼ାଉନଷ୍ଟ୍ର ିମ ଶିଳ୍ପର ପେଣ୍ଠସ୍ଥଳି କରିବା ପାଇଁ ଇଣ୍ଡିଆନ ଅଏଲର କାର୍ଯ୍ୟକୁ ଗତି ପ୍ରଦାନ କରିବ । ଏମଓୟୁ ଅନୁସାରେ ଇଣ୍ଡିଆନ ଅଏଲ ଦ୍ୱାରା ଗୁଜୁରାଟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ବିତରଣ ଷ୍ଟେସନର ପ୍ରତିଷ୍ଠା ହେବ । ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ଗୃହ ନିର୍ମାଣ କମ୍ପେ୍ଲକ୍ସ ସହ ଉଦୀୟମାନ ଇନ୍ଧନର ବିକାଶ କରାଯିବ ।
ଏହି ଏମଓୟୁ ଗୁଜୁରାଟ ପାଇଁ ସମୃଦ୍ଧିର ଏକ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଇନ୍ଧନର ସ୍ଥାୟୀ ବିକାଶ ଓ ଉର୍ଜା ସୁରକ୍ଷାକୁ ବୁଷ୍ଟ୍ ଦେବା ସହିତ ବୃହତ ଆକାରର ନିଯୁକ୍ତି ସୃଷ୍ଟି କରିବ । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ପଦକ୍ଷେପରେ ଆଗେଇବା ପାଇଁ ଗୁଜୁରାଟକୁ ସହାୟକ ହେବ । ସୂଚନାଯୋଗ୍ୟ, ଭାରତର ଗ୍ୟାସ ରାଜଧାନୀ ଗୁଜୁରାଟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଜି ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗୁଜୁରାଟରେ ତୈଳ ଏବଂ ଗ୍ୟାସ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ପେଟ୍ରୋଲିୟମ, ପେଟ୍ରୋକେମିକାଲ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରେର ଗୁଜୁରାଟକୁ ଦେଶର ପେଣ୍ଠସ୍ଥଳି କରିବା ଉପରେ ବିଚାର ବିମର୍ଷ ହୋଇଥିଲା ।
Powered by Froala Editor