ସାନିଟାଇଜର ଫାର୍ମରେ ନିଆଁ : ୧୮ ଜଣଙ୍କ ମୃତ୍ୟୁ
ମହାରାଷ୍ଟ୍ରର ପୁନେଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମୁଲଶି ତାଲୁକାରେ ଥିବା ଏହି ଫ୍ୟାକ୍ଟ୍ରିର ସାନିଟାଇଜରତିଆରି ୟୁଦୀଟରେ ନିଆଁ ଲାଗି ଏଭଳି ଅଘଟଣ ହୋଇଛି । ଏହିଠାରେ ଥିବା ଏକ କେମିକାଲ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ମଧ୍ୟ ଏକାଧିକ କର୍ମଚାରୀ ନିଖୋଜ ଅଛନ୍ତି । ନିଆଁ ଲାଗିବାବେଳେ ଫ୍ୟାକ୍ଟ୍ରି ଭିତରେ ୩୭ ଜଣ ଶ୍ରମିକ ରହିଥିଲେ । ଅବଶିଷ୍ଟ ଶ୍ରମିକଙ୍କ ସନ୍ଧାନ ମିଳିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ଅଗ୍ନିକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ ଭିତରକୁ ଆଣିଥିଲା । ଏହାପରେ ସେମାନେ ଫ୍ୟାକ୍ଟ୍ରିରେ ଫସି ରହିଥିବା କର୍ମର୍ଚାରୀମାନଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କୁଲିଂ ପ୍ରୋସେସ ଜାରି ରହିଛି। ପ୍ୟାକେଜିଂ ସେକସନଟି ନିଆଁ ଲାଗିବା ଯୋଗୁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
Powered by Froala Editor