ଚାଇନା ଲ୍ୟାବ୍ରୁ କରୋନାର ଉତ୍ପତି, ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ
ପୁଣିଥରେ ଚାଇନା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆମେରିକାର ଦୁଇ ଜଣ ବରିଷ୍ଠ ବିଶେଷଜ୍ଞ। ସେମାନଙ୍କ ମତରେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରୁ ହିଁ କରୋନା ଭାଇରସ ପ୍ରଥମେ ଲିକ୍ ହୋଇଥିଲା। ଏହାପରେ ଏହା ସାରା ବିଶ୍ୱକୁ ବ୍ୟାପିଛି।
ଡା ଷ୍ଟେଫେନ କ୍ୟୁୟା ଓ ରିଚାର୍ଡ ମୁଲ୍ଲେର କହିଛନ୍ତି, ମିଳିଥିବା ନୂଆ ଜେନୋମ ଅନୁଯାୟୀ କୋଭିଡ ୧୯ ଭାଇରସ ଆଦୌ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ପ୍ରମାଣ ମିଳୁନାହିଁ। ଡା ଷ୍ଟେଫେନ ହେଉଛନ୍ତି ଆମେରିକାରେ ଅବସ୍ଥାପିତ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ Atossa Therapeuticsର ପ୍ରତିଷ୍ଠାତା। ସେହିପରି ମୁଲ୍ଲେର ହେଉଛନ୍ତି କାର୍ଲିଫର୍ଣ୍ଣିଆର ଜଣେ ଫିଜିକ୍ସ ପ୍ରଫେସର। ସେମାନେ କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ତର୍ଜମା କରିବା ପରେ ଭାଇରସ ଲ୍ୟାବରୁ ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି। କୋଭିଡ ୧୯ରେ ଜେନୋମ ସିକ୍ୱେନ୍ସିଂ ‘ସିଜିଜି-ସିଜିଜି’ ରହିଛି। ଏହା ୩୬ଟି ସିକ୍ୱେନ୍ସିଂର ଗୋଟିଏ ପ୍ୟାର୍ଟନ।
ସିଜିଜିକୁ କରୋନା ଭାଇରସ କ୍ଲାସ ଭାବେ ବ୍ୟବହାର କରାଯାଏ, ଯାହା କୋଭ-୨ ସହ ରି-କମ୍ବାଇନ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କରୋନା ଭାଇରସରୁ କେବେ ହେଲେ ସିଜିଜି-ସିଜିଜି କମ୍ବିନେସନ ମିଳିନଥାଏ। କିନ୍ତୁ କୋଭିଡ-୧୯ ଜେନୋମ ସିକ୍ୱେନ୍ସିଂରେ ସିସିଜି-ସିଜିଜି ଠାବ ହୋଇଛି।
ଏପଟେ ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚାଇନାର ଲ୍ୟାବରେ କିଛି ତ ଗଡବଡ ରହିଛି । ତାଙ୍କ କହିବା ଅନୁସାରେ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ କିଛି କମ୍ ହେବନି । ବେକର ଆହୁରୀ ମଧ୍ୟ ଦାବା କରୁଛନ୍ତି କି ଚୀନ ସବୁବେଳେ କିଛି ଏମିତି ଓଲଟପାଲଟ ପରୀକ୍ଷଣ କରିଥାଏ ଯାହାକୁ ଦୁନିଆର ଆଉ କେଉଁଠି ପରୀକ୍ଷା କରିବାକୁ ଅନୁମତି ମିଳିନଥାଏ ।
Powered by Froala Editor