ମୁମ୍ବାଇର ୨ ଫ୍ଲାଟ ବିକି ଦେଲେ ଦେଶୀ ଗାର୍ଲ

୨୦୧୮ ରେ ପପ୍ ଷ୍ଟାର୍ ନିକ ଜୋନାସଙ୍କୁ ବିବାହ କରିବା ପରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତ ଛାଡି ଆମେରିକାରେ ରହୁଛନ୍ତି। ହେଲେ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ସହ ରିୟଲ୍ ଇଷ୍ଟେଟ୍ ରେ ନିଜ ଦବଦବା ଜାହିର କଲେଣି । ଅଭିନେତ୍ରୀ ମୁମ୍ବାଇର ପୋଶ୍ ଅଞ୍ଚଳରେ ଅନ୍ଧେରୀରେ ତାଙ୍କର ଦୁଇଟି ଫ୍ଲାଟ ବିକ୍ରି କରିଛନ୍ତି।
ରିପୋର୍ଟ ଅନୁଯାୟୀ, ମୋଟ ୨,୨୯୨ ବର୍ଗଫୁଟ ବିଶିଷ୍ଟ ସମ୍ପତ୍ତି ୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ଦୁଇଟି ଆପାର୍ଟମେଣ୍ଟକୁ ଫିଲ୍ମ ନିର୍ମାତା ଅଭିଷେକ ଚୌବେଙ୍କୁ ବିକ୍ରି କରିଛନ୍ତି। ଆପାର୍ଟମେଣ୍ଟ ଗୁଡ଼ିକ ଅନ୍ଧେରୀର ଲୋଖଣ୍ଡୱାଲାର କରଣ ଆପାର୍ଟମେଣ୍ଟ ଟାୱାରର ୯ ମହଲାରେ ଅବସ୍ଥିତ। ଆପାର୍ଟମେଣ୍ଟ ସହ ଜଡିତ ସମସ୍ତ କାରବାର ତାଙ୍କ ମା ମଧୁ ଚୋପ୍ରା କରୁଛନ୍ତି ।
ଅନ୍ୟପକ୍ଷରେ ଅଭିନେତ୍ରୀଙ୍କ ହଠାତ୍ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି ହେବାର ଖବର ହେତୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ପ୍ରିୟଙ୍କା ବିଦେଶରେ ବସବାସ କରିବାକୁ ସଂପୂର୍ଣ୍ଣ ଯୋଜନା କରିଛନ୍ତି କି ? ସେଥିପାଇଁ ବୋଧ ହୁଏ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି ବୋଲି କହୁଛନ୍ତି । ତେବେ ଏନେଇ ପ୍ରିୟଙ୍କା କିଛି ଉତ୍ତର ଦେଇନାହାନ୍ତି । କିମ୍ବା ତାଙ୍କ ମା ବଧୁ ମଧ୍ୟ ଏ ବିଷୟରେ ମୁହଁ ଖୋଲିନାହାନ୍ତି ।
Powered by Froala Editor