ଦେଶରେ କରୋନା ନେଲା ୨୪୨୭ ଜୀବନ
ଭୁବନେଶ୍ୱର : ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧ ଲକ୍ଷ ୬୩୬ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୪୨୭ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୯୭୫ରେ ପହଁଚିଥିବାବେଳେ କରୋନା ଜନିତ ମୋଟ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୪୯ ହଜାର ୧୮୬ ହୋଇଛି ।
ଉତର ଭାରତରେ କରୋନା ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଛି । ମହାରାଷ୍ଟ୍ର ଓ ଦକ୍ଷିଣ ଭାରତ ରାଜ୍ୟ ତୁଳନାରେ ସଂକ୍ରମଣ କମିଛି । ହରିୟାଣାରେ ୮.୯%, ରାଜସ୍ଥାନରେ ୮.୫%, ଦିଲ୍ଲୀରେ ୮.୨%, ବିହାରରେ ୮.୧%, ଉତରପ୍ରଦେଶରେ ୭.୮% ଓ ଉତରାଖଣ୍ଡରେ ୭.୬% କରୋନା ସଂକ୍ରମଣ କମିଛି ।
ଯେତେବେଳେକି ଦକ୍ଷିଣ ଭାରତୀୟ ରାଜ୍ୟ ମଧ୍ୟରୁ ତାମିଲନାଡୁରେ ୨.୭%, ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ୪.୨% ହ୍ରାସ ପାଇଛି । ଦ୍ୱିତୀୟ ଲହରର ଭୟାବହତା ପରେ ଏବେ ତୃତୀୟ ଲହରକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଏମସରେ ପିଲାଙ୍କ ଶରୀରରେ କୋଭାକ୍ସିନର ପରୀକ୍ଷଣ କରାଯାଇଛି । ୧୨ରୁ ୧୮ ବର୍ଷର ପିଲାଙ୍କ ଦେହରେ ପରୀକ୍ଷଣ କରାଯାଉଛି ।
Powered by Froala Editor