୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରୁ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ କରିଛି ଟାଉନ ଥାନା ପୁଲିସ। ବେଆଇନ ବାଣ ଗଚ୍ଛିତ ହୋଇଥିବାର ଖବର ପାଇ ଟାଉନ ଥାନା ପୁଲିସ ନସଡିପୁରର ବିଜେନ୍ଦ୍ର ବେହେରାଙ୍କ ଘରେ ଚଢ଼ଉ କରିଥିଲା। ଉକ୍ତ ଘରୁ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ କରିଥିଲା।
ତେଣେ ବାଣ ବ୍ୟବସାୟୀ ବିଜେନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ, ସେ ଜଣେ ସିଜିନ୍ ବ୍ୟବସାୟୀ। ବିଭିନ୍ନ ସିଜିନରେ ଭିନ୍ନ ଭିନ୍ନ ବେପାର କରିଥାନ୍ତି। ସେ ବାଣ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲାପାଳ ଶେଷ ମୁହୁର୍ତ୍ତରେ ତାଙ୍କୁ ମନା କରିଦେଇଥିଲେ। ଏହାଫଳରେ ତାଙ୍କ ଘରେ ବାଣ ରହିଯାଇଥିଲା।
Powered by Froala Editor