ମହିଳାଙ୍କୁ ନିର୍ମମ ଭାବେ ହତ୍ୟା

ମୁନିଗୁଡା: ମହିଳାଙ୍କୁ ଟାଙ୍ଗିଆରେ ହାଣି ନିର୍ମ୍ମମ ଭାବେ ହତ୍ୟା । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଘଟିଛି ଏହି ଘଟଣା ।
ସୂଚନା ଥାଉକି, ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ । ସେ ରାମକ୍ରୀଷ୍ଣା ମିଶନରେ ବଗିଚାକାମ କରି ଚଳନ୍ତି । ଜଣେ ସମ୍ପର୍କୀୟଙ୍କ ଘରେ ସେ ପ୍ରାୟ ସମୟରେ ରହିଯାଆନ୍ତି । ତେବେ ଯାହା ଜଣାପଡୁଛି ସେହି ସମ୍ପର୍କୀୟଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି ।
ସେହି ସମ୍ପର୍କୀୟ ଭାଇ ହିଁ ନନ୍ଦିନୀଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ ଆସି ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡିଛି ।
Powered by Froala Editor