ହସ୍ପିଟାଲ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ

ବଲାଙ୍ଗୀର/ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ହସ୍ପିଟାଲ ଅଧ୍ୟକ୍ଷ । ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ୍ ହସପିଟାଲ୍ ଅଧ୍ୟକ୍ଷ ଜାକ୍ତର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକାସାଙ୍ଗେ ପୁରୀ, ସମ୍ବଲପୁର ଏବଂ ବଲାଙ୍ଗିରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଏଥିରେ ୬ଜଣ ଡିଏସପି , ୧୫ ଜଣ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି ।
Powered by Froala Editor