ରାଜ୍ୟମାନଙ୍କ ପାଖରେ ରହିଛି ୧.୩୬ କୋଟି ଡୋଜ ଟିକା
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରି ନିଜର କରାମତି ଦେଖାଇବାରେ ଲାଗିଛି । ତେବେ କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ଅନ୍ୟପକ୍ଷରେ ଏବେ ଅଧିକାଂଶ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେଉଛି । ତେବେ ରାଜ୍ୟମାନଙ୍କ ପାଖରେ ମୋଟ ୧.୬୩ କୋଟି କୋଭିଡ ଭ୍ୟାକ୍ସିନ ଡୋଜ ରହିଛି । ରବିବାର ସକାଳ ୭ଟା ସୁଦ୍ଧା ୧.୬୩ କୋଟି ଡୋଜ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ । କେନ୍ଦ୍ର ସରକାର ଏଯାବତ ୨୪,୬୦,୮୦,୯୦୦ ଡୋଜ ବଣ୍ଟନ କରିଛନ୍ତି । ରାଜ୍ୟମାନେ ଏଯାବତ ମୋଟ ୨୨,୯୬,୯୫,୧୯୯ ଡୋଜ ବ୍ୟବହାର କରିଛନ୍ତି । ବର୍ତ୍ତମାନ ୧,୬୩,୮୫,୭୦୧ ଡୋଜ ରାଜ୍ୟମାନଙ୍କ ପାଖରେ ମହଜୁଦ ରହିଛି । ଦେଶରେ ମୋଟ ୩୨,୪୨,୫୦୩ ସେସନରେ ଟିକାକରଣ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।
Powered by Froala Editor