Deepfake ଭିଡିଓ ଦେଖି ରଶ୍ମିକା ମର୍ମାହତ : କହିଲେ, ଏହା ସମସ୍ତଙ୍କ ପାଇଁ କ୍ଷତିକାରକ"

ଡିପଫେକ ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଫେକ ଭିଡିଓ ଭାଇରାଲ୍ ପରେ ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ କରି ରଶ୍ମିକା କହିଛନ୍ତି, "ଶେଆର୍ କରିବାକୁ କଷ୍ଟ ଲାଗୁଥିଲେ ବି ମୋତେ ନେଇ ଡିପଫେକରେ ପୋଷ୍ଟ କରାଯାଇଥିବା ଭିଡିଓ ଉପରେ ଆଲୋଚନା କରିବାକୁ ପଡିବ। ଯେଉଁପରି ଭାବେ ଟେକ୍ନୋଲୋଜିର ଦୂରୁପୋଯୋଗ କରାଯାଉଛି, ତାହା କେବଳ ମୋ ପାଇଁ ନୁହେଁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ।"
ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ଅଛନ୍ତି । କିନ୍ତୁ ଡିପ୍ଫେକ୍ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରହିଛି । ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରଲ ହେବାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପ୍ରକାଶ ଥାଉ କି ନିକଟରେ ରଶ୍ମିକାଙ୍କର ଏକ ଏଆଇ ଏଡିଟେଡ୍ ଭିଡିଓ ଭାଇରାଲ୍ ହୋଇଥିଲା। ଆର୍ଟିଫିସିଆର୍ ଇଣ୍ଟେଲିଜେନ୍ସର ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ଭିଡିଓ ଏଡିଟ୍ କରାଯାଇଥିଲା। ରଶ୍ମିକାଙ୍କ ଚେହେରା ଥିବା ଏହି ଭିଡିଓ ପ୍ରକୃତରେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ମହିଳା ଜାରା ପଟେଲ ସୁଟ୍ କରିଥିଲେ। ତାଙ୍କ ଚେହେରାରେ ରଶ୍ମିକାଙ୍କ ଫଟୋ ଏଡିଟ୍ କରାଯାଇ ପୋଷ୍ଟ କରାଯାଇଥିଲା।
କିନ୍ତୁ ଭିଡିଓଟି ଏପରି ଥିଲା ଯେ, ଯାହା ରଶ୍ମିକାଙ୍କ ପର୍ସନାଲିଟି ଉପରେ ଆଞ୍ଚ୍ ଆଣିବା ପରି। ଯାହାକୁ ନେଇ ଜଣେ ସାମ୍ବାଦକଙ୍କ ସମେତ ଅମିତାଭ ବଚ୍ଚନ ଏବଂ ବରିଷ୍ଠ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ ଏବଂ ଟେକ୍ନୋଲୋଜିର ଦୂର୍ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଥିଲେ।
Powered by Froala Editor