Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

  • ସାମରିକ ଘାଟିରେ ବିସ୍ଫୋରଣ; ଚାଲିଗଲା ୧୦ ...

  • ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ...

  • ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ...

  • ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ...

  • ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ...

  • ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ...

  • କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ...

  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ...

  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ...

ରାଜ୍ୟ
Home ›› ରାଜ୍ୟ ››ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ

ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ

2023-11-06 12:37:12
15692
Share:
Facebook
Twitter
E-Mail
WhatsApp
Telegram
ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ– ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । 



  ଏଥିପାଇଁ କନ୍ଧମାଳ ଜିଲ୍ଲାର  ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୮୫.୫୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବାଲିଗୁଡା, ଜି. ଉଦୟଗିରି ଓ ଫୁଲବାଣୀ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୨ଟି ବ୍ଲକ୍‌‌ର   ୧୭୧ ଟି  ଗ୍ରାମ ପଞ୍ଚାୟତରେ   ୨୦୯୯ଟି ପ୍ରକଳ୍ପ ହେବ। ସେହିପରି ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ  ୧୧୨.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ତାଳଚେର, ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ ଓ ଅନୁଗୋଳ।  ଏଥିରେ ୮ଟି ବ୍ଲକ୍‌ର   ୨୨୫ଟି   ଗ୍ରାମପଞ୍ଚାୟତରେ  ୨୭୯୬ଟି ପ୍ରକଳ୍ପ କରାଯିବ। ସେହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୭୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ମୋହନା ଓ ପାରଳାଖେମୁଣ୍ଡି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର      ୧୪୯ଟି  ଗ୍ରାମ ପଞ୍ଚାୟତରେ ୧୬୬୨ଟି ପ୍ରକଳ୍ପ ହେବ।



ଆଜିର କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲାର ୩ଟି, ଅନୁଗୋଳ ଜିଲ୍ଲାର ୫ଟି ଓ ଗଜପତି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।



    ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  



ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। 



    ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 



ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।



ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।


5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 



5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବୀ, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। 



ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର,  ୫ ଟଙ୍କାରେ ଲକ୍ଷ୍ମୀ ବସ,  ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ  ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।



ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କନ୍ଧମାଳ ଜିଲ୍ଲାର   ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ  ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ   ୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବାଲିଗୁଡାରୁ ବୁଡ଼ାଗୁଡ଼ା ପର୍ଯ୍ୟନ୍ତ ରାସ୍ତା ପାଇଁ ୪୩.୮୭ କୋଟି, ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ୩୭ କୋଟି, ଜଗନ୍ନାଥ ମନ୍ଦିର, ପାଟଖଣ୍ଡ ମନ୍ଦିର, କୋଟଗଡ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଡୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମୀ ପାଇଁ ୧୭.୧୧ କୋଟି, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ ପାଇଁ ୬ କୋଟି, ରତିଙ୍ଗିଆ ରେ ସେତୁ ପାଇଁ ୮.୮ କୋଟି, ଦୁଲିରି, ରିଶିମାଳ, କାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ, ଓ ତିନିଟି କଲେଜ। ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୫.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ତିନୋଟି ବୃହତ୍ ସେତୁ ପାଇଁ ୧୬.୩୦ କୋଟି, ବରାଳ ଦେବୀ ମନ୍ଦିର ପାଇଁ ୩ କୋଟି, ଜଗନ୍ନାଥ ମନ୍ଦିର ପାଇଁ ୨.୨୧ କୋଟି,  କସମ୍ ଯୋଜନାରେ revolving fund ପାଇଁ ୨ କୋଟି, ତିନିଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ, ୭ ଟି check dam ପାଇଁ ୬.୫୭ କୋଟି ଓ ତିନିଟି କଲେଜ ପାଇଁ ୪ କୋଟି।



ଏହି ପରି କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ  ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୧୪୮.୩୭  କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।



ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଅନୁଗୋଳ ଜିଲ୍ଲାର ପାଲଲହଡ଼ା    ନିର୍ବାଚନ ମଣ୍ଡଳୀରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୧୪୪.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଣିହାଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ଏକ ବୃହତ୍ ସେତୁ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲୋକଙ୍କ ମନୋଭାବକୁ ସମ୍ମାନ ଜଣାଇ ଏହାକୁ ପ୍ରଜା ମଣ୍ଡଳ ନେତା ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ଏହା ସହିତ ସିବିଦା ଠାରୁ ଖଡକ କୁମ୍ଭାର ମାଟି ପର୍ଯ୍ୟନ୍ତ ସଡ଼କ ପାଇଁ ୪୨ କୋଟି, ପାଲଲହଡ଼ା ଫାର୍ମ ଠାରୁ ନାଇକାନିପଳି ପର୍ଯ୍ୟନ୍ତ ସଡ଼କ ପାଇଁ ୨୦.୬୦ କୋଟି, ଧଲଗଡିଆ ସିଆରିଆ ସଡ଼କ ପାଇଁ ୧୫ କୋଟି ମଞ୍ଜୁର କରାଯାଇଛି। ପବିତ୍ର ନଗର ଠାରେ ପବିତ୍ର ମୋହନ ସ୍ମୃତି ପୀଠ ପାଇଁ ୩ କୋଟି ଓ ଆଉ କେତେକ ପ୍ରକଳ୍ପ ସାମିଲ।  ତାଳଚେର ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଗୋପାଳ ପ୍ରସାଦ ଠାରେ ମା’ ହିଙ୍ଗୁଳା ମନ୍ଦିର ପାଇଁ ୧୫.୮୦ କୋଟି, ବଡ଼ ଗୁଣ୍ଡିରି ଗାଁରେ ଜଗନ୍ନାଥ ମନ୍ଦିର, ଗୋପାଳ ପ୍ରସାଦ ଜଗନ୍ନାଥ ମନ୍ଦିର, ଓ କେତେକ କଲେଜ। ଲୋକମତକୁ ସମ୍ମାନ ଜଣାଇ ତାଳଚେର ମେଡିକାଲ କଲେଜ କୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୌରାଞ୍ଚଳରେ ଜଗନ୍ନାଥ ମନ୍ଦିର, ମା’ ବୁଢୀ ଠାକୁରାଣୀ, ଓ ଯାତ୍ରୀ ନିବାସ, ମନ୍ଦର ଗିରି ପର୍ଯ୍ୟଟନ ପ୍ରକଳ୍ପ, ଅଙ୍ଗରା ବନ୍ଧ ଅଲେଖ ମହିମା ଧାମ, ପଞ୍ଚ ଶ୍ରୀ କ୍ଷେତ୍ର, ଓ ତିନିଟି କଲେଜ ରହିଛି । ଏହା ସହିତ ବନ୍ତଲାରେ ହାତୀ ମଣିଷ ଲଢେଇ ରୋକିବା ପାଇଁ ୪.୬୪ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ସାମିଲ। ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୯୩ କୋଟି ମଞ୍ଜୁର ହୋଇ ପାରିବ। ଏଥିରେ ଛେଣ୍ଡିପଦା ହସପିଟାଲକୁ ଆମ ହସ୍ପିଟାଲ ରେ ପରିଣତ କରିବା ପାଇଁ ୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମା’ ରାମଚଣ୍ଡୀ ପୀଠ, ଖମ୍ବେଶ୍ୱରୀ ପୀଠ, ହନୁମାନ ବାଟିକା ଓ ଦୁଇଟି କଲେଜ ର ଉନ୍ନତି କରଣ ରହିଛି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୦ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଉଳ ଝରି ବାବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପାଇଁ ୪.୨୦ କୋଟି, ବିନିକେୟୀ ମନ୍ଦିର ପାଇଁ ୨.୬୩ କୋଟି, କିଶୋର ନଗର ସନ୍ଥ କବି ଭୀମ ଭୋଇ ପୀଠ, ମା’ ମାହେଶ୍ୱରୀ ପୀଠ, ଜଗନ୍ନାଥ ଓ ମଦନ ମୋହନ ମନ୍ଦିର, କୁଡ଼ାଗାଁ ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ଓ ଟିକରପଡ଼ା ବନ୍ୟା ଆଶ୍ରୟ ସ୍ଥଳ ପାଇଁ  ୫.୪୬ କୋଟି, ଏବଂ ତିନିଟି ଡ଼ିଗ୍ରୀ କଲେଜ ରହିଛି। ଏହି ପରି ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ  ୪୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯୨.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।



ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ  ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଛେଳିଗଡ ଜଳସେଚନ ପ୍ରକଳ୍ପର ପାରିପାର୍ଶ୍ୱିକ ଉନ୍ନତିକରଣ। ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟ, Tribal Park, ଗ୍ରାମାଞ୍ଚଳ ବଜାର କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ଲିଙ୍ଗୋଦରା ଶିବ ମନ୍ଦିର ଉନ୍ନତିକରଣ, ୫ଟି ଲାଇବ୍ରେରୀ, କପିଳେଶ୍ୱର ଶିବ ମନ୍ଦିର ଓ ଛେଳିଗଡ ଶିବ ମନ୍ଦିର ପରିସର ଉନ୍ନତିକରଣ ଇତ୍ୟାଦି। ଜିରାଙ୍ଗ ବୌଦ୍ଧ ପୀଠ ପାଇଁ ୨.୬୮ କୋଟି ଟଙ୍କା, ମାଙ୍କଡଡିଆଁ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ର ସମେତ ୭ଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ ହୋଇଛି। ଏହ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ହେବ। ନୂଆଗଡରେ ୩ଟି ST Hostel ଓ ୨ଟି  ST Girls Hostel ପାଇଁ ୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ହୋଇଛି। ସେହିପରି  ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ  ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ  ଗୁମାଠାରେ ଏକ ନୂଆ ସରକାରୀ ଡିଗ୍ରୀ କଲେଜ ଓ ଗୁମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ଉନ୍ନିତ କରିବା ପାଇଁ ଅନୁମୋଦନ କରାଯାଇଛି। ପାରଳାଖେମୁଣ୍ଡି ବାଇପାସ୍ ରୋଡ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ଟି ପୁଷ୍କରିଣୀର ଉନ୍ନତିକରଣ, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ, ଟାଉନ୍ ହଲ୍ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଓ ସ୍କଲ କଲେଜର ଉନ୍ନତିକରଣ ରହିଛି। 


ଏହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। 



୩ଟି ଜିଲ୍ଲାରେ ସମୁଦାୟ   ୧୧୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ    ୪୬୪.୫୦   କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।



ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ସାଂସଦ ଶ୍ରୀ ମହେଶ ସାହୁ, ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ଚକ୍ରମଣି କହଁର, ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ବିଧାୟକ ଶ୍ରୀ ଅଙ୍ଗଦ କହଁର, ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ବିଧାୟକ ଶ୍ରୀ ମୁକେଶ ପାଲ୍, ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଇ,  ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।




ଅନୁଗୋଳରେ ଉପସ୍ଥିତ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ କହିଲେ ଯେ ୭ ଦିନରେ ପ୍ରକଳ୍ପ ମଞ୍ଜୁରି ଆମ ସମସ୍ତଙ୍କୁ ସ୍ୱପ୍ନ ଭଳି ଲାଗୁଛି । ଫୁଲବାଣୀରେ ଉପସ୍ଥିତ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ କହିଲେ ଯେ ଏହି ଅଭିନବ ପ୍ରୟାସ ବିକାଶ ପ୍ରକ୍ରିୟାରେ ଗାଁର ଗୁରୁତ୍ୱ ବଢାଇଛି। ଏଭଳି ବିକାଶ କାର୍ଯ୍ୟକ୍ରମ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ। ମୋହନାରେ ଉପସ୍ଥିତ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯେ  ଆଗରୁ କେବେ ଏତେ ପ୍ରକଳ୍ପ, ଏତେ ଶୀଘ୍ର ଆସି ନଥିଲା । କଣିହାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ଅପହଞ୍ଚ ଇଲାକାରେ ଆଜି ବିକାଶ ପହଞ୍ଚି ପାରିଛି। ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ  ୭ ଦିନରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ। ଏହା ଆମ ସମସ୍ତଙ୍କ ପାଇଁ ଖୁସି ଆଣିଛି।


କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Chief minister, Naveen Patnaik , AMA ODISHA NABIN ODISHA

Related articles Odisha News Lens 4.1

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15182
    Sep 05, 2026
  • ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’
    ଦେଶ-ଦେଶାନ୍ତର

    ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’

    15624
    Sep 05, 2026
  • ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮  ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

    14351
    Sep 05, 2026
  • ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି
    ଦେଶ-ଦେଶାନ୍ତର

    ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି

    14471
    Sep 05, 2026
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

    13668
    Sep 04, 2026
  • ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ପ୍ରତ୍ୟେକ ଛାତ୍ରଙ୍କ ଅନନ୍ୟ ପ୍ରତିଭା ଓ ...
    ଦେଶ-ଦେଶାନ୍ତର

    ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ପ୍ରତ୍ୟେକ ଛାତ୍ରଙ୍କ ଅନନ୍ୟ ପ୍ରତିଭା ଓ ...

    13717
    Sep 05, 2026
  • ସାମରିକ ଘାଟିରେ ବିସ୍ଫୋରଣ;  ଚାଲିଗଲା ୧୦ ଜୀବନ
    ଦେଶ-ଦେଶାନ୍ତର

    ସାମରିକ ଘାଟିରେ ବିସ୍ଫୋରଣ; ଚାଲିଗଲା ୧୦ ଜୀବନ

    13599
    Sep 05, 2026
  • କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି
    ଦେଶ-ଦେଶାନ୍ତର

    କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି

    13593
    Sep 05, 2026
  • ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ

    15490
    Sep 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ

    15490
    Sep 05, 2026
  • ଦେଶ-ଦେଶାନ୍ତର

    ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ପ୍ରତ୍ୟେକ ଛାତ୍ରଙ୍କ ଅନନ୍ୟ ପ୍ରତିଭା ଓ ସାମର୍ଥ୍ୟକୁ ଚିହ୍ନଟ କରିପାରନ୍ତି: ରାଷ୍ଟ୍ରପତି

    13717
    Sep 05, 2026
  • ଦେଶ-ଦେଶାନ୍ତର

    ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’

    15624
    Sep 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17076
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17729
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17743
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18145
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13731
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14535
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14840
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14793
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14129
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13997
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14528
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15412
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14804
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି

    14471
    Sep 05, 2026
  • ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

    14351
    Sep 05, 2026
  • ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ପ୍ରତ୍ୟେକ ଛାତ୍ରଙ୍କ ଅନନ୍ୟ ପ୍ରତିଭା ଓ ସାମର୍ଥ୍ୟକୁ ଚିହ୍ନଟ କରିପାରନ୍ତି: ରାଷ୍ଟ୍ରପତି

    13717
    Sep 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In