ଚଢ଼ଉକୁ ନେଇ ତାତିଲେ : ଥାନାରେ ପଶି ସିସିଟିଭି, ଜିନିଷ ଭାଙ୍ଗିଲେ ଲୋକେ

ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା ପରିସରରେ ଲଙ୍କାକାଣ୍ଡ ଘଟାଇଛନ୍ତି ୨୫ରୁ ୩୦ ଲୋକ । ଖାଲି ଭଙ୍ଗାରୁଜା କରି ନାହାନ୍ତି, ଥାନାରେ ଖଞ୍ଜା ଯାଇଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ସୂଚନା ଅନୁସାରେ ତାମଦେଇ ଗାଁରେ ଗଂଜେଇ ଥିବା ସନ୍ଦେହରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ସଂଦେହ କରିଥିବା ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ପୁଲିସକୁ ଗଂଜେଇ ମିଳି ନଥିଲା। ପୁଲିସର ଉଦ୍ୟମ ବିଫଳ ହେଲା ପରେ ଗାଁ ଲୋକେ ପୁଲିସ ସହିତ ଯୁକ୍ତିତର୍କ କରିଥିଲେ। ତେଣୁ ତାମଦେଇର ସାଧାରଣ ଲୋକଙ୍କୁ ପୁଲିସ ନାଲି ଆଖି ଦେଖାଇଥିଲା। ଲୋକଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ବୋଲି ଗାଁ ଲୋକେ କହିଛନ୍ତି।
ଏହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପୁଲିସ୍ ସେଠାରୁ ପଳାଇ ଯାଇଥିଲା। ସନ୍ଧ୍ୟା ପ୍ରାୟ ୫ଟାରେ ଗାଁର ଲୋକେ ଅଧିକ ଉତ୍ତେଜିତ ହୋଇ ଅମ୍ୱାଭୋନା ପୁଲିସ ଥାନାରେ ପହଞ୍ଚି ଥିଲେ। ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଲୋକେ ଉତ୍ତେଜିତ ହୋଇ ଥାନାରେ ଭଙ୍ଗାରୁଜା କରିଥିଲେ। ଥାନାର କବାଟ, ଝରକା, ଆସବାବପତ୍ର ଭାଙ୍ଗିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ ଉତ୍ତେଜନାପୂର୍ଣ୍ଣ ରହିଛି।
Powered by Froala Editor