ଅନନ୍ୟାଙ୍କ ପ୍ରେମରେ ପଡିଛନ୍ତି କି ଆଦିତ୍ୟ, ସାମ୍ନାକୁ ଆସିଲା ରୋମାଣ୍ଟିକ ଭିଡିଓ

ଅନନ୍ୟାଙ୍କ ପ୍ରେମରେ ପଡିଛନ୍ତି ଆଦିତ୍ୟ । ହେଲେ ସାମନାରେ କହୁନାହାନ୍ତି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଏଇ କିଛି ଦିନ ହେଲା ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଆଦିତ୍ୟ ଓ ଅନନ୍ୟାଙ୍କ ରୋମାଣ୍ଟିକ ଅନ୍ଦାଜ ଜଣାପଡୁଛି । Voompla ର ଇନଷ୍ଟାଗ୍ରାମ ପେଜ୍ରେ ଶେୟାର ହୋଇଥିବା ଏହି ଭିଡିଓ ଏକ ରେଷ୍ଟୁରାଣ୍ଟର ବୋଲି ଅନୁମାନ କରାଯାଉଛି। ଏଠାରେ ଦୁହେଁ ଠିଆ ହୋଇଥିବା ବେଳେ ପରସ୍ପରଙ୍କ ହାତ ଧରିଥିବା ବେଳେ ଅନନ୍ୟା ତାଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ଏହି ସମୟରେ ଆଦିତ୍ୟ ସାମ୍ନାରେ ଥିବା ଅନ୍ୟ କାହା ସହ କଥା ହେଉଥିବା ଦେଖିବାକୁ ମିଳେ।
ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖି ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଉଭୟଙ୍କ ଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଥିରୁ ଅନେକ ଲୋକ ଅନୁମାନ କରନ୍ତି ଯେ ଉଭୟ ପରସ୍ପରଙ୍କ ପ୍ରେମରେ ପଡିଛନ୍ତି।
Powered by Froala Editor