ମନୋଜଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ବାକ୍ ଯୁଦ୍ଧ ଥମୁନି

ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ୨ ବର୍ଷ ବାସନ୍ଦ କରାଯିବାକୁ ନେଇ ଓଡ଼ିଆ ସେନେମା ଇଣ୍ଡଷ୍ଟ୍ରିଜ ଦୁଇଫାଳ ହୋଇଛି । ଅଭିନେତା ମନୋଜ ମିଶ୍ର ଏବଂ ଓଲିଉଡର କିଛି କଳାକାର ଏବଂ ପ୍ରଯୋଜକଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମନୋଜ ମିଶ୍ରଙ୍କୁ ସମାଲୋଚନା କରିବା ସହ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିଜର ଏକତାକୁ ନଷ୍ଟ ନକରିବାକୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ ମନୋଜଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ମଧ୍ୟ ସେ ଟାର୍ଗେଟ କରିଥିଲେ।
ଏହା ପରେ ଅନୁଭାବଙ୍କୁ ମନୋଜ କହିଥିଲେ କିଛି ଲୋକ ସେମାନଙ୍କ ମଧ୍ୟରେ ଝଗଡ଼ା ଲଗାଇବାକୁ ଚକ୍ରାନ୍ତ ଚଳାଇଛନ୍ତି। ଅନୁଭବଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ମନୋଜ ଓଲଟା ଜବାବ ମଧ୍ୟ ଦେଇଥିଲେ।ଏ ସମ୍ପର୍କରେ ସେ ଫୋନକଲ ଏବଂ ମେସେଜ ମାଧ୍ୟରେ ବାରମ୍ବାର ଅନୁଭବଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନୁଭବଙ୍କ ପକ୍ଷରୁ କୌଣସି ଉତ୍ତର ପାଇନଥିଲେ।
ଏହା ଏତିକିରେ ସୀମିତ ହୋଇ ରହିନାହିଁ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମନୋଜ ମିଶ୍ରଙ୍କୁ ଓଡ଼ିଆ ସନେମା ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଫାଳ ହୋଇଯିବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି।
Powered by Froala Editor