ମେ’ ମାସରେ କେତେ ଜିଏସ୍ଟି ଆଦାୟ ହେଲା ଜାଣନ୍ତୁ...
ମେ' ମାସରେ ମୋଟ ସାମଗ୍ରୀ ଏବଂ ସେବା କର ଜିଏସଟି ରାଜସ୍ୱ ଏକ ଲକ୍ଷ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି।
ତଥ୍ୟ ଅନୁଯାୟୀ, ମେ’ ମାସରେ ଆଇଜିଏସଟି ବାବଦରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ସଂଗୃହୀତ ୨୬,୦୦୨ କୋଟିର ଆଇଜିଏସ୍ଟି ରହିଛି। କେନ୍ଦ୍ରୀୟ ଜିଏସଟି ଏହି ସମୟସୀମା ମଧ୍ୟରେ ୧୭,୫୯୨ କୋଟି ରହିଛି। ରାଜ୍ୟର ଜିଏସଟି ପରିମାଣ ୨୨,୬୫୩ କୋଟି। ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ମାସରେ ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୮୬୮ କୋଟି ଟଙ୍କାର ସେସ୍ ସଂଗ୍ରହ ହୋଇଛି।
Powered by Froala Editor