ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କର୍ମଚାରୀଙ୍କ ବଡ ଉପହାର । ଦୀପାବଳି ପୂର୍ବରୁ ଖୋଲି ଦେଲେ ଉପହାର ପେଡି । ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପାବଳି । ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦିପାବଳୀ ବୋନସ ଘୋଷଣା କରିଛନ୍ତି ସରକାର । ଏହା ଅଧିନରେ ଗ୍ରୁପ ବି'ର କିଛି ବର୍ଗ ସମେତ ଗ୍ରୁପ ଡି' ଓ ଗ୍ରୁପ ସି' କର୍ମଚାରୀମାନେ ଏଥିରୁ ଉପକୃତ ହେବେ । କର୍ମଚାରୀର ସମସ୍ତ ୩୦ ଦିନର ଦରମା ସହିତ ସମାନ ବୋନସ ଟଙ୍କା ପାଇବେ । ୭ ହଜାର ଟଙ୍କାର ବୋନସ ଘୋଷଣା ହୋଇଛି ।
ଦୀପାବଳି ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ-ହକ ବୋନସ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି । ଅଣ ଗେଜେଟେଡ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ ବି ଏବଂ ଗ୍ରୁବ ସି ଅଧୀନରେ ଥିବା କର୍ମଚାରୀ, କୌଣସି ବୋନସ ସ୍କିମରେ ନଥିବା କର୍ମଚାରୀ ସେମାନଙ୍କୁ ମଧ୍ୟ ଏହି ବୋନସ ମିଳିବ । ଅର୍ଥମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୨୨-୨୩ ପାଇଁ କେନ୍ଦ୍ର ସରକାର ଅଣ ଗେଜେଟେଡ କର୍ମଚାରୀଙ୍କ ପାଇଁ ୭ ହାଜର ଟଙ୍କା ବୋନସ ଘୋଷଣା କରିଛନ୍ତି । ନିର୍ଦ୍ଦେଶ ଅନୁସାରେ ଯେଉଁ କର୍ମଚାରୀ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଚାକିରି କରିଥିବେ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ ୬ ମାସ ଲଗାତାର ଚାକିରି କରିଥିଲେ ସେମାନେ ଏହି ବୋନସରୁ ଲାଭବାନ ହେବେ ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିବୃତ୍ତି ଅନୁଯାୟୀ ଏହି ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ୟ୍ୟନ୍ତ କାର୍ୟ୍ୟ କରି ଆସୁଛନ୍ତି । ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତିକମରେ ୬ ମାସ କାମ କରିଛନ୍ତି । ଏହି ବୋନସ ଘୋଷଣା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
Powered by Froala Editor