କରୋନା ଓ ଚୀନର ସମ୍ପର୍କ ନେଇ ଏଭଳି କହିଲେ ଟ୍ରମ୍ପ
ୱାସିଂଟନ : ସାରା ବିଶ୍ୱରେ ହାହାକାର ସ୍ଥିତି ଉପୁଜାଇଥିବା ଘାତକ କରୋନାଭୂତାଣୁ ଚୀନର ଉହାନ ସହର ସ୍ଥିତ ଭୂତାଣୁ ବିଜ୍ଞାନାଗାରରୁ ଆସିଛି ବୋଲି ଅତୀତରେ ଦେଇଥିବା ଟିପ୍ପଣୀ ଠିକ ଥିଲା ବୋଲି ଗୁରୁବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି । ବର୍ତ୍ତମାନ ସମସ୍ତେ ଏପରିକି ତଥାକଥିତ ଶତ୍ରୁମାନେ ମଧ୍ୟ ଏ ସମ୍ପର୍କରେ ସେ ଠିକ ମନ୍ତବ୍ୟ ରଖିଥିଲେ ବୋଲି ଏବେ ସ୍ୱୀକାର କରୁଥିବା ଟ୍ରମ୍ପ କହିଛନ୍ତି । ଏପରି ଅସାବଧାନତାବଶତଃ ବିଜ୍ଞାନାଗାରରୁ କରୋନାଭୂତାଣୁ ଲିକ ହେବା ଯୋଗୁଁ ବିଶ୍ୱବ୍ୟାପୀ ବ୍ୟାପକ ଧନଜୀବନ ହାନି ପାଇଁ ଚୀନ ଉପରେ ଜରିମାନା ଧାର୍ଯ୍ୟ କରାଇବାକୁ ମଧ୍ୟ ଟ୍ରମ୍ପ ପରାମର୍ଶ କରିଛନ୍ତି । ଚୀନ ମହମାରୀ ସୃଷ୍ଟି କରି ପୂରା ବିଶ୍ୱକୁ ଘୋର ସଙ୍କଟ ଭିତରକୁ ଠେଲି ଦେଇଥିବାରୁ ଏଥିପାଇଁ ଆମେରିକା ଓ ବିଶ୍ୱକୁ ୧୦ ଲକ୍ଷ କୋଟି ଡଲାର ଜୋରିମାନା ଦେବାକୁ ସେ ଦାବି କରିଛନ୍ତି । ସୂଚନା ଥାଉ କି, ଆମେରିକାର ଶୀର୍ଷ କରୋନାଭୂତାଣୁ ପରାମର୍ଶଦାତା ଡା. ଆନ୍ଥୋନି ଫୌସିଙ୍କ ବ୍ୟକ୍ତିଗତ ଇ-ମେଲରୁ ନିକଟରେ ୩, ୦୦୦ ପୃଷ୍ଠାର ତଥ୍ୟ ପ୍ରଘଟ ପରେ ଚୀନର ଉହାନ ସହରରେ ଘାତକ କରୋନାଭୂତାଣୁର ଉତ୍ପତ୍ତି ହୋଇଥିବା ତତ୍ତ୍ୱକୁ ପୁଣି ଗୁରୁତ୍ୱ ଦିଆଯାଉଛି ।
Powered by Froala Editor