ମିଶନ ଶକ୍ତି ନାଁରେ ବିଜେଡି ମହିଳାଙ୍କୁ ସ୍କୁଟି ଦେଇ ଯେଉଁ ଭୋଟ୍ ରାଜନୀତି କରୁଛି : ବିଜେପି
ଭୁବନେଶ୍ୱର – ବିଜେଡି ପ୍ରବକ୍ତା ଇପସିତା ସାହୁ ଆମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ବୋଧ ହୁଏ ଭଲରେ ବୁଝିପାରିନାହାନ୍ତି । ବୁଝିପାରିଥିଲେ ଏପରି ହୀନ ମନ୍ତବ୍ୟ ରଖିନଥାନ୍ତେ ବୋଲି କହିଛନ୍ତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେପି ପ୍ରବକ୍ତା ସୋନାଲି ସାହୁ ।
ବିଜେଡି ନେତ୍ରୀ ଜାଣି ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି । ଏହା ଓଡ଼ିଶାରେ ସାଢେ ଚାରି କୋଟି ଲୋକମାନେ ଜାଣିଛନ୍ତି । ଏଥିପାଇଁ ବିଜେଡିର ସାର୍ଟିଫିକେଟ୍ ଦେବା ଦରକାର ନାହିଁ । ମିଶନ ଶକ୍ତି ନାଁରେ ବିଜେଡି ମହିଳାଙ୍କୁ ସ୍କୁଟି ଦେଇ ଯେଉଁ ଭୋଟ୍ ରାଜନୀତି କରୁଛି, ତାହା ସମସ୍ତଙ୍କୁ ଜଣା । ମୋଦିଜୀ ଦେଉଥିବା ଅର୍ଥର ବାଟମାରଣା କରି ଓଡ଼ିଶା ସରକାର ଭୋଟ୍ ରାଜନୀତିର ଯୋଜନା ଆପଣାଇଛନ୍ତି । ନିଜ ବିଜେଡି ଦଳରେ ମହିଳାମାନେ କିପରି ଅତ୍ୟାଚାର ହେଉଛନ୍ତି ଏବଂ ତାଙ୍କର ନେତାମାନେ କିପରି ମାଇଣ୍ଡଫ୍ରେସ କରିବା ପାଇଁ ଡାକୁଛନ୍ତି, ଏହା ଉପରେ ତାଙ୍କ ମୁଖିଆ ନବୀନ ପଟ୍ଟନାୟକ କହିଥିଲେ ଭଲ ହୁଅନ୍ତା ।
ଆଜି ଯଦି ଏନଏଚ- ୫୫ର ୮୦ ପ୍ରତିଶତ କାମ ସରିଛି ତେବେ ତାହା କେବଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମ କାରଣରୁ ସମ୍ଭବ ହୋଇପାରିଛି । କିନ୍ତୁ ବିଜେଡି ମାନବିକତା ଭୁଲି ଯାଇଛି । ଆଜି ଦେଶରେ ଉତ୍ତର ପ୍ରଦେଶ ପରେ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ପୁରୀ-ଭୁବନେଶ୍ୱରରୁ ସମ୍ବଲପୁର ଦେଇ ଯାତାୟତ କରୁଛି । ଏହା କେବଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ସମ୍ଭବ ହୋଇଛି । ବିଜେଡିର ଯଦି ଟିକେ ସୌଜନ୍ୟତା ଥାଆନ୍ତା ତେବେ ସେ ଉଭୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥାନ୍ତେ । ମାତ୍ର ଏପରି ନକରି ସେମାନେ ପାଗଳର ପ୍ରଳାପ କରୁଛନ୍ତି ।
ଆଜି ଆମ ନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିସ୍ତୁତ ଭାବରେ ଆବାସ ଯୋଜନାରେ ଗରିବଙ୍କୁ ଘର ନ ଦେବା ପାଇଁ କିପରି ଷଡଯନ୍ତ୍ର କରିଥିଲା, ସେହି ସତ କଥା କହିଥିବା କାରଣରୁ ଚୋର ମୁହଁ ଟାଣ ପରି ବିଜେଡି ନେତ୍ରୀ ଏପରି ଜବାବ୍ ଦେଉଛନ୍ତି । ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାକୁ ପିଏମ ଆବାସ ବଣ୍ଟନରେ ନଗଣ୍ୟ କରିବାରେ ଓଡିଶା ସରକାରଙ୍କ ଭୂମିକା ଥିଲା ? ଯଦି ଜନସଭାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରଶ୍ନ କରିବା ଓ ମୋଦି ଦେଉଥିବା ଅର୍ଥର ହିସାବ ଦେବାକୁ ବିଜେଡି ବିଭ୍ରାନ୍ତିକର ତଥ୍ୟ ଭାବୁଛି ତେବେ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେପି ପ୍ରବକ୍ତା କହିଛନ୍ତି ।
Powered by Froala Editor