ଫଟୋ କ୍ରପ୍ କରି ସମାଲୋଚନାର ଶିକାର ହେଲେ ଐଶ୍

ଅକ୍ଟୋବର ୧୧ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା। ବହୁତ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହେଲେ ବୋହୂ ଐଶ୍ବର୍ଯ୍ୟାଙ୍କ ପୋଷ୍ଟକୁ ନେଇ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି । ସେ ଅମିତାଭ ଓ ଝିଅ ଅରାଧ୍ୟାଙ୍କର ଏକ ଫଟୋ ପୋଷ୍ଟ୍ କରି ଶଶୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଅଭିନେତ୍ରୀଙ୍କର ଏହି ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ସାମାଲୋଚନାର ପରିସର ଭିତରକୁ ଆସିଛି। କାରଣ ଐଶ୍ବର୍ଯ୍ୟା ଫଟୋରୁ ତାଙ୍କ ଶାଶୂଙ୍କୁ କ୍ରପ୍ କରି କେବଳ ଶଶୁର ଅମିତାଭ ଓ ଝିଅର ଅରାଧ୍ୟାର ଫଟୋ ରଖିଛନ୍ତି। ଫଟୋକୁ ଦେଖିବା ପରେ ଐଶ୍ବର୍ଯ୍ୟା ଓ ଶାଶୂ ଜୟା ବଚ୍ଚନଙ୍କ ସଂପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫଟୋରେ ପୂର୍ବରୁ ବିଗ୍ ଓ ନାତୁଣୀ ଅରାଧ୍ୟାଙ୍କ ବ୍ୟତୀତ ଜୟା, ନବ୍ୟା ଓ ତାଙ୍କ ଭାଇ ଅଗସ୍ତ୍ୟ ମଧ୍ୟ ଥିଲେ। ଐଶ୍ବର୍ଯ୍ୟାଙ୍କ ପୂର୍ବରୁ ନବ୍ୟା ନନ୍ଦା ଓ ଶ୍ବେତା ନନ୍ଦା ସମାନ ଫଟୋ ପୋଷ୍ଟ୍ କରି ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଐଶ୍ବର୍ଯ୍ୟା ଫଟୋଟିକୁ କ୍ରପ୍ କରିଥିବାରୁ ସମାଲୋଚିତ ହୋଇଛନ୍ତି।
Powered by Froala Editor