ଭାରତୀୟ ବାୟୁସେନାର ନୂଆ ପ୍ରତୀକ ଉନ୍ମୋଚିତ

ଭାରତୀୟ ବାୟୁସେନା ପାଳୁଛି ୯୧ତମ ବାର୍ଷିକ ଉତ୍ସବ। ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା। ୯୧ ତମ ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମୋଚନ କରିଛନ୍ତି ମାର୍ଶାଲ୍ ଚୌଧୁରୀ।
ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ "ଭାରତୀୟ ବାୟୁ ସେନା" ଲେଖା ଯାଇଛି। ଆଇଏଏଫର ମୂଳ ଆଭିମୁଖ୍ୟ ବା ଲକ୍ଷ୍ୟ "ନବଃ ସ୍ପର୍ଶମ୍ ଦୀପ୍ତମ୍" ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି।
ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଭାରତୀୟ ବାୟୁସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor