ରାଜସ୍ଥାନରେ ତିଆରି ହେଲା ସବୁଠୁ ବଡ଼ ରୁଟି, ସକାଳୁ ଆରମ୍ଭ ହୋଇ ସନ୍ଧ୍ୟାରେ ସରିଲା

ରୁଟି ତ ଆପଣ ଖାଉଛନ୍ତି । ହେଲେ ଦୁନିଆର ବଡ ରୁଟି ଖାଇଛନ୍ତି କି? ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ୨୦୭ କିଲୋଗ୍ରାମର ରୁଟି ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର କାରିଗରମାନେ ପ୍ରସ୍ତୁତ କରିଥିଲେ। ଏକ ହଜାରରୁ ଅଧିକ ଲୋକ ଏହି ସ୍ବତନ୍ତ୍ର ରୁଟି ସ୍ବାଦ ଚାଖିଥିଲେ। ଏହି ରୁଟି ତିଆରି କରିବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ରୁଟି ସେକିବାକୁ କରିବାକୁ ଚାରିରୁ ପାଞ୍ଚ ଘଣ୍ଟା ଲାଗିଗଲା।
ରୁଟି ତିଆରି କରିବା ପାଇଁ ୧୨୦ କିଲୋଗ୍ରାମ ଅଟା, ୧୦ କିଲୋଗ୍ରାମ ମଇଦା, ୧୦ କିଲୋଗ୍ରାମ ଘିଅ ଏବଂ ୬୭ ଲିଟର ପାଣି ବ୍ୟବହୃତ ହୋଇଥିଲା। ରୁଟି ତିଆରି କରିବା ପୂର୍ବରୁ ଏକ ହଜାର ଇଟା ସହିତ ଏକ ଚୁଲା ପ୍ରସ୍ତୁତ କରାଯାଇଥିଲା। ଏକ ହଜାର କିଲୋ ଓଜନ ବିଶିଷ୍ଟ ଲୁହାରେ ନିର୍ମିତ ଏକ ତାଓ୍ବା ଏହା ଉପରେ ରଖାଗଲା। ୨୨ ଲୋକ ଅଟା ଚକଡି ଥିଲେ। ଏହା ପରେ ରୁଟି ବେଲିବା ଏବଂ ପରେ ସେକିବା ପ୍ରକ୍ରିୟା ଆରମ୍ଭ ହେଲା। ରୁଟି ବେଲିବା ପାଇଁ ୨୦ ଫୁଟ ଲମୱା ବେଲଣା କାଠି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ରୁଟି ସକାଳୁ ଆରମ୍ଭ ହୋଇ ସନ୍ଧ୍ୟାରେ ସରିଥିଲା।
Powered by Froala Editor