ଦୁର୍ଘଟଣା ପରେ ପୁଲିସ ଅଧିକାରୀଙ୍କୁ ପିଟିଲେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ
କରଞ୍ଜିଆ : ମର୍ମନ୍ତୁଦ ଦୁର୍ଘଟଣାରେ ୫ ବର୍ଷର ପୁଅ ମୃତ। ବାପା ଓ ଆଇ ଗୁରୁତର। ଶୁକ୍ରବାର ରାତିରେ ୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନାନୁଯାୟୀ, ନିଜ ସମ୍ପର୍କୀୟକୁ ଦେଖା କରିବାକୁ ଯଶୀପୁର ମେଡିକାଲ୍ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସିପଡ଼ି ଟ୍ରକ୍ ଚକା ତଳେ ପଡିଯାଇଥିଲା ୫ ବର୍ଷର ପୁଅ। ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବାପା ଓ ଆଇକୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ଶିଶୁଟି ଧୋବାଡିହାର ପୀୟୂଷ ନାଏକ ବୋଲି ଜଣାପଡିଛି । କ୍ଷତିପୂରଣ ଓ ତୁରନ୍ତ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସମୟରେ ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।
Powered by Froala Editor