Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ...

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • କାବେରୀରେ ଭାସିଗଲେ ୫ ଜଣ

  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ...

  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

ରାଜ୍ୟ
Home ›› ରାଜ୍ୟ ››ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ : ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ –ମୁଖ୍ୟ ଶାସନ ସଚିବ

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ : ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ –ମୁଖ୍ୟ ଶାସନ ସଚିବ

2023-10-06 08:39:24
14244
Share:
Facebook
Twitter
E-Mail
WhatsApp
Telegram
ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ : ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ –ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ମୋସୁମୀ ବର୍ଷା ପରେ ଅକ୍ଟୋବର ଶେଷ ଆଡକୁ ଓଡିଶାରେ ବାତ୍ୟା ସଂଘଠିତ ହୋଇଥାଏ । ପାଣିପାଗ ବିଭାଗ ଆକଳନ ଅନୁସାରେ ଅକ୍ଟୋବର ୧୦ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଣୁ ଏହା ପରେ ବିଶେଷ କରିପ୍ରାୟ ୪୫ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସରକାରଙ୍କ ପୂର୍ବ ଅନୁଭୂତି ଓ ଅଭିଜ୍ଞତା ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ନିମନ୍ତେ ଆଗୁଆ ସତର୍କ ରହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।


ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ୧୨ ଟି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ବୈଠକରେ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶ୍ରୀ ଏଚ୍ଆର ବିଶ୍ୱାସ ଯୋଗଦେଇ ରାଜ୍ୟରେ ବାତ୍ୟା ସତର୍କତା ସୂଚନା ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ । ବୈଠକରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ମିଶମ ବିଭାଗ ଆଦିର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସଂସ୍ଥା ତଥା କାର‌୍ୟ୍ୟାଳୟରେ ରହିଥିବା ଯନ୍ତ୍ରପାତିଗୁଡିକର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସ୍ଥଳେ ଗୁଣାତ୍ମକମାର ନୂତନ ଯନ୍ତ୍ରପାତି କ୍ରୟ କରି ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।


ସମସ୍ତ ବିଭାଗରେ ବାତ୍ୟା ପରିଚାଳନା ନେଇ ଏସଓପି ରହିଥିବା ସତ୍ୱେ ସମସ୍ତ ବିଭାଗମାନଙ୍କୁ ନିଜ ନିଜ ବିଭାଗରେ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବୈଠକ କରି ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗତ ବାହାନଗା ରେଳ ଦୁର୍ଘଟଣା ସମୟରେ ଯେପରି ବିଭିନ୍ନ ବିଭାଗର ସମନ୍ୱୟରେ ବିପର‌୍ୟ୍ୟୟର ମୁକାବିଲା କରାଯାଇଥିଲା, ଏହି ଦୃଷ୍ଟିରୁ ଆମର ବିପର‌୍ୟ୍ୟୟ ସମୟର ପ୍ରତିକ୍ରିୟା ବା ରେସପନ୍ସ ସଂପର୍କରେ କୌଣସି ସନ୍ଦେହ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଯେତେବେଳେ ସହାୟତା ଆବଶ୍ୟକ କରିବେ, ବିଶେଷ କରି ଶକ୍ତି ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳ ସଂପଦ ବିଭାଗ ଆଦି ବିଭାଗ ମାନେ ତ୍ୱରିତ ସହାୟତା ପ୍ରଦାନ କରିବାକୁ କୁହାଯାଇଛି । ଓଡିଶା ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ଡଃ. ଜ୍ଞାନ ରଂଜନ ଦାସ ଓଡିଶାରେ ବିପର‌୍ୟ୍ୟୟ ମୁକାବିଲା ପାଇଁ ଉପଲବ୍ଧ ରିସୋର୍ସ(ସମ୍ବଳ) ନେଟଓ୍ୱାର୍କ ଓ ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ । ଭାରତୀୟ ପାଣିପାଗ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ ।

Powered by Froala Editor

Tags Chief Secretary , cyclone

Related articles Odisha News Lens 4.1

  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...
    ଦେଶ-ଦେଶାନ୍ତର

    ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...

    13655
    Jun 25, 2026
  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ
    ଦେଶ-ଦେଶାନ୍ତର

    ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15261
    Jun 25, 2026
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15531
    Jun 24, 2026
  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର
    ଦେଶ-ଦେଶାନ୍ତର

    ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

    14248
    Jun 25, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ
    ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ

    15031
    Jun 25, 2026
  • କାବେରୀରେ ଭାସିଗଲେ ୫ ଜଣ
    ଦେଶ-ଦେଶାନ୍ତର

    କାବେରୀରେ ଭାସିଗଲେ ୫ ଜଣ

    15170
    Jun 25, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ

    15599
    Jun 25, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    14879
    Jun 25, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ
    ବିଶେଷ

    ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15087
    Jun 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

    14248
    Jun 25, 2026
  • ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ

    15031
    Jun 25, 2026
  • ଅପରାଧ

    ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା

    13719
    Jun 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16945
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17562
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17613
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18009
    Sep 06, 2023

ବିଶେଷ

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15087
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15190
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15219
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15048
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15660
    Jun 20, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13788
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14882
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15494
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15247
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାବେରୀରେ ଭାସିଗଲେ ୫ ଜଣ

    15170
    Jun 25, 2026
  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା

    13719
    Jun 25, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15087
    Jun 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In