କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା : ଡିଏନ୍ଏରୁ ସ୍ପଷ୍ଟ, ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିଲା
ଲେବର ରୁମ୍ରେ କହିଥିଲେ ପୁଅ କିନ୍ତୁ ୱାର୍ଡକୁ ଆସିଲା ଝିଅ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏଭଳି ଭୁଲ ବୁଝାମଣାକୁ ନେଇ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ହେଲେ ଡିଏନ୍ଏ ଟେଷ୍ଟ ପରେ ଝିଅ ବୋଲି ସ୍ପଷ୍ଟ ହୋଇଛି । ଅଭିଯୋଗକାରୀ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ଚାଲିଥିଲା ବିବାଦ। ଝିଅ ହୋଇଥିବାବେଳେ ଭୁଲ ରିପୋର୍ଟ ଦେଇଥିଲେ ଆଟେଣ୍ଡାଣ୍ଟ। ହସ୍ତାନ୍ତର ପରେ ଝିଅ ଦେଖି କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ ପ୍ରାଣକୃଷ୍ଣ। ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିଲେ ।
ପ୍ରାଣକୃଷ୍ଣଙ୍କ ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ସତ ପଦାକୁ ଆସିଛି। ସେପଟେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତରୀ ଟିମ୍।
Powered by Froala Editor