ହିମାଚଳରେ ବୁଲୁଛି ସବୁଠୁ ବିଷାକ୍ତ କିଙ୍ଗ କୋବ୍ରା
ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସାପ କିଙ୍ଗ କୋବ୍ରା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ ନିକଟରେ ତାଙ୍କ ପୋଷା କୁକୁର ହଠାତ୍ ଭୁକିଥିଲା । ପ୍ରବୀଣ ଦେଖିଲେ ତାଙ୍କଠାରୁ କିଛି ଦୂରରେ ଗୋଟିଏ ସାପ ପଥର ସନ୍ଧି ମଧ୍ୟରେ ପ୍ରବେଶ କରୁଛି । ସେ ଏହାର ଫଟୋ ଉଠାଇଥିଲେ । ମାତ୍ର ସେ ଏ ସାପ ବିଷୟରେ ବିଶେଷ କିଛି ଜାଣିନଥିଲେ । ଘରଠାରୁ ୧୦୦ ମିଟର ଦୂରରେ ସେ ଏହାକୁ ଦେଖିଥିଲେ । ବର୍ତମାନ ପ୍ରାୟତଃ ନଜରକୁ ଆସୁ ନ ଥିବା କିଙ୍ଗ କୋବ୍ରା ସମ୍ପର୍କରେ ସୂଚନା ପାଇବା ପରେ ଏ ନେଇ ୱାଇଲ୍ଡ ଲାଇଫ ବିଭାଗ ଉତ୍ସାହିତ ହୋଇ ପଡିଛନ୍ତି ।
Powered by Froala Editor