ଘରକୁ ଦରମା ନେଲେନି ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: କୋଭିଡ ମହାମାରୀ ଯୋଗୁଁ ଭାରତର ସର୍ବଶ୍ରେଷ୍ଠ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟି୍ରଜ ଲିମିଟେଡ (ଆରଆଇଏଲ) ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘରକୁ ଆଦୌ ଦରମା ନେଇନାହାନ୍ତି । ସ୍ୱେଚ୍ଛାକୃତ ଭାବେ ସେ ଦରମା ନେବାକୁ ମନା କରି ଦେଇଥିବା ଜଣାପଡ଼ିଛି । ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ମୁକେଶ ଦରମା ନେଇ ନଥିବା କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ ଘୋଷଣା କରିଛି । ରିପୋର୍ଟ ମୁତାବକ ପୂର୍ବ ଆର୍ଥିକ ବର୍ଷ ୨୦୧୯-୨୦ ରେ ମୁକେଶ ଅମ୍ବାନି ଆରଆଇଏଲରୁ ୧୫ କୋଟି ଟଙ୍କାର ଦରମା ନେଇଥିଲେ । ଲଗାତର ୧୧ ବର୍ଷ ଧରି ତାଙ୍କ ଦରମା ବୃଦ୍ଧି ପାଇନାହିଁ । ଦରମା, ଆଲାଉନ୍ସ, କମିଶନ ଆଦିକୁ ମିଶାଇ ମୁକେଶଙ୍କର ମୋଟ ବାର୍ଷିକ ପାରିଶ୍ରମିକ ୨୪ କୋଟି ଟଙ୍କା ରହିଛି ଏବଂ ୨୦୦୮-୦୯ ରୁ ଅପରିବର୍ତ୍ତିତ ରହିଛି ।
Powered by Froala Editor