ସରକାର ଓ ସେନା ବିରୋଧରେ କୌଣସି ଖବର ପ୍ରକାଶ କଲେ ସାମ୍ବାଦିକଙ୍କୁ ହେବ ଜେଲ
ଇସଲମାବାଦ: ପାକିସ୍ତାନରେ କୌଣସି ମିଡିଆ ସଂସ୍ଥା ଏବେ ସେଠାକାର ସରକାର ଓ ସେନା ବିରୋଧରେ କୌଣସି ଖବର ପ୍ରକାଶ କରିପାରିବେ ନାହିଁ । ଯଦି ସେମାନେ କରନ୍ତି, ତାହା ହେଲେ ଏଥିପାଇଁ ଦାୟୀ ସାମ୍ବାଦିକଙ୍କୁ ୩ ବର୍ଷ ଜେଲ ଦଣ୍ଡ ଦିଆଯିବା ସହିତ ୨.୫ କୋଟି ଟଙ୍କା ଜରିମାନା କରାଯିବ । ସରକାର ଏଥିପାଇଁ ଏକ ନୂଆ ଆଇନ ଆଣିବାକୁ ଯୋଜନା କରିଛନ୍ତି । ମିଡିଆ ଡେଭଲପମେଣ୍ଟ ଅଥରିଟି ଅର୍ଡିନାନ୍ସ ନାମକ ଏହି ଆଇନ ଅଧୀନରେ ଏକ କମିଟି ଗଠନ କରାଯିବ । ଏଥିରେ ଜଣେ ଅଧ୍ୟକ୍ଷ ଓ ୧୧ ଜଣ ସଦସ୍ୟ ରହିବେ । ଏହି କମିଟି ବିଭିନ୍ନ ମିଡିଆ ସଂସ୍ଥା ପାଇଁ ନିୟମ ପ୍ରବର୍ତ୍ତନ କରିବେ । ସରକାର ମିଡିଆ ସହ ସମ୍ପର୍କିତ ମାମଲାଗୁଡ଼ିକର ବିଚାର କରିବା ପାଇଁ ଏକ ଟି୍ରବୁ୍ୟନାଲ ବି ଗଠନ କରିବେ । ସେହିପରି ଏବେ ଦେଶରେ ମିଡିଆ ପାଇଁ ଯେତେ ଆଇନ ରହିଛି । ସେ ସବୁକୁ ରଦ୍ଧ କରିଦିଆଯିବ ଏବଂ ନୂଆ ଆଇନ ସହିତ ସେଗୁଡ଼ିକର ବିଲୟ କରି ଦିଆଯିବ ବୋଲି କୁହାଯାଇଛି ।
Powered by Froala Editor