୯୩୪୬ ଶିଶୁଙ୍କୁ ଅନାଥ କଲା କରୋନା
ନୂଆଦିଲ୍ଲୀ: କୋଭିଡ ମହମାରୀ ପାଇଁ ଦେଶରେ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍(ଏନସିପିସିଆର) ପକ୍ଷରୁ ସୁପ୍ରିମ କୋର୍ଟରେ ତଥ୍ୟ ଦାଖଲ କରାଯାଇଛି । ଏନସିପିସିଆର କର୍ତ୍ତୃପକ୍ଷ କହିଛନ୍ତି ଯେ ୨୯ ମେ ସୁଦ୍ଧା ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ମୁତାବକ ୯୩୪୬ ଶିଶୁ କରୋନା ମହାମାରୀ ପାଇଁ ଅନାଥ ହୋଇଯାଇଛନ୍ତି । ୧୭୪୨ ଜଣ ଶିଶୁ ଉଭୟ ପିତା-ମାତାଙ୍କୁ ହରାଇଥିବା ବେଳେ ୭୪୬୪ ଜଣ ପିତା-ମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି । ଅନେକ ଶିଶୁ ସଂପୂର୍ଣ୍ଣ ବେସାହାରା ହୋଇଯାଇଥିବାରୁ ସେମାନଙ୍କ ଥଇଥାନ ପାଇଁ ରାଜ୍ୟମାନେ ତତ୍ପରତାର ସହ ପଦକ୍ଷେପ ନେଉଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୨୧୧୦ ଶିଶୁ ଅନାଥ ହୋଇଥିବା ବେଳେ ବିହାରରେ ୧୩୨୭, କେରଳରେ ୯୫୨, ମଧ୍ୟପ୍ରଦେଶରେ ୭୧୨ ଜଣ ଶିଶୁ ଅନାଥ ହୋଇଛନ୍ତି । ସୁପ୍ରିମ କୋର୍ଟ ଏନସିପିସିଆର ୱେବସାଇଟରେ ଏ ବାବଦରେ ସବିଶେଷ ତଥ୍ୟ ଜୁନ ୭ ତାରିଖ ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ସରକାରମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ପିଏମ କେୟାର୍ସ ପାଣ୍ଠିରୁ କୋଭିଡ ଯୋଗୁଁ ଅନାଥ ଶିଶୁଙ୍କ ପାଇଁ ବ୍ୟାପକ ସହାୟତା ଘୋଷଣା କରାଯାଇଛି ।
Powered by Froala Editor