ଭୟ ବଢାଉଛି ସ୍କ୍ରବ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୬ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ : ଭୟ ବଢାଉଛି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ପୁଣି ଜିଲ୍ଲାରେ ୬ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୨୫୦ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ସୂଚନା ଅନୁଯାୟୀ, ଜିଲ୍ଲାରେ ୪୦ଟି ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତର ଭାବେ ନଜର ରଖାଯାଇଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କୁ ସ୍କ୍ରବ୍ ଟାଇଫସ ନେଇ ସଚେତନ କରାଯାଉଛି ।
Powered by Froala Editor