ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା
ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ସଶସ୍ତ୍ର ଡକାୟତି ହୋଇଛି। ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ କରି ନେଇଛନ୍ତି।
ସୁନା ଦୋକାନ ମାଲିକ ଅନନ୍ତ ଚରଣ ସାହୁ କହିଛନ୍ତି, ସକାଳ ପ୍ରାୟ ୧୦ଟା ୪୦ ବେଳେ ୫ ଜଣ ଅଜ୍ଞାତ ଲୋକ ଦୋକାନ ଭିତରେ ପଶିଥିଲେ। ସେମାନେ ଦୁଇ ବାଇକ୍ରେ ଆସିଥିଲେ। ସେମାନେ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ । ସେମାନେ ପରସ୍ପର ମଧ୍ୟରେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିଲେ। ଲୁଟ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସାହୁ କହିଛନ୍ତି।
ଲୁଟ ପରେ ଲୁଟେରାମାନେ ସମ୍ବଲପୁର ପଟକୁ ଫେରାରା ହୋଇଥିବା ସିସିଟିଭିରୁ ଜଣାପଡୁଛି। ଘଟଣା ସମ୍ପର୍କରେ ସଦର ପୁଲିସ ଖବର ପାଇ ମାମଲା ୨୬୫/୨୦୨୩ ରୁଜୁ ସହ ଘଟଣାର ତଦନ୍ତ କରୁଛି।
Powered by Froala Editor