Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

  • ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ...

  • ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କଲେ ...

  • ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ...

  • ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ...

  • କୋଭିଡ୍ ଭ୍ୟାକସିନ୍‌ର ପାର୍ଶ୍ୱ ...

  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

  • ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ...

  • 'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ...

ରାଜ୍ୟ
Home ›› ରାଜ୍ୟ ››ଆଜି ୫ଟାରେ ସିଏମଓରେ ଶିକ୍ଷକ ସଂଘ ବୈଠକ

ଆଜି ୫ଟାରେ ସିଏମଓରେ ଶିକ୍ଷକ ସଂଘ ବୈଠକ

2023-09-23 09:51:52
15120
Share:
Facebook
Twitter
E-Mail
WhatsApp
Telegram
ଆଜି ୫ଟାରେ ସିଏମଓରେ ଶିକ୍ଷକ ସଂଘ ବୈଠକ

ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା)କୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଶିକ୍ଷକମାନଙ୍କର ମହାସମାବେଶ ଡାକରା ଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ହେବାକୁ ଥିବା ଏହି ସମାବେଶରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସତର୍କ କରାଇ ଦେଇଛନ୍ତି।


ଗ୍ରେଡ୍ ପେ ବୃ୍ଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ୨୦୧୭ରୁ ପୁରୁଣା ପେନସନ୍ ଲାଗୁ ସହ ୨୦୨୦ ମାର୍ଚ୍ଚ ପହିଲାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକଙ୍କୁ ନିୟମିତ କରିବା ଭଳି ଦାବି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ। ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭିଭାବକ ସାମିଲ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଡାକି ଦାବି ପୂରଣ ଲାଗି ରାଜ୍ୟ ସରକାର ସମୟ ମାଗିଥିଲେ। ଆନ୍ଦୋଳନରେ ସାମିଲ ହୋଇଥିବା ୧୦ଟି ଶିକ୍ଷକ ସଙ୍ଗଠନ ମଧ୍ୟରୁ ଦୁଇଟି ଓହରିଯାଇଥିବା ବେଳେ ୮ଟି ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ବରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ରହିଛନ୍ତି।

୨୬ ତାରିଖରେ ହେବାକୁ ଥିବା ଶିକ୍ଷକ ମହାସମାବେଶରେ ୮ଟି ପ୍ରାଥମିକ ଶିକ୍ଷକ ସଙ୍ଗଠନ ସାମିଲ ହେବା ନେଇ ଘୋଷଣା ପରେ ରାଜ୍ୟ ସରକାର ଆଜି ପୁଣିଥରେ ତତ୍ପରତା ଦେଖାଇଛନ୍ତି। ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ବେଳେ ମାସେ ମହଲତ ଦେବାକୁ ସଦସ୍ୟମାନେ କହିଥିଲେ। ମାତ୍ର ଶିକ୍ଷକ ସଙ୍ଗଠନଗୁଡ଼ିକ ମହାସମାବେଶ କରିବାକୁ ଡାକରା ଦେବା ପରେ ତରବରିଆ ଭାବେ ୨୩ ତାରିଖରେ ଦାବିଗୁଡ଼ିକ ନେଇ ଶିକ୍ଷକମାନଙ୍କ ସହ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ଅନୁଷ୍ଠିତ ହେବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

Powered by Froala Editor

Tags CMO , Teachers association

Related articles Odisha News Lens 4.1

  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13815
    Mar 11, 2026
  •  ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ଓ ଇରାନ ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ଓ ଇରାନ ବୈଦେଶିକ ମନ୍ତ୍ରୀ

    15427
    Mar 11, 2026
  • 'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT
    ଦେଶ-ଦେଶାନ୍ତର

    'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT

    15191
    Mar 11, 2026
  • ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ

    13501
    Mar 11, 2026
  • ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ, ୪ଆହତ
    ଦେଶ-ଦେଶାନ୍ତର

    ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ, ୪ଆହତ

    14827
    Mar 11, 2026
  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ
    ଦେଶ-ଦେଶାନ୍ତର

    LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

    13727
    Mar 11, 2026
  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14331
    Mar 11, 2026
  • ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା
    ରାଜନୀତି

    ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା

    14163
    Mar 11, 2026
  • କୋଭିଡ୍ ଭ୍ୟାକସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ ହେବ
    ଦେଶ-ଦେଶାନ୍ତର

    କୋଭିଡ୍ ଭ୍ୟାକସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ ହେବ

    14901
    Mar 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା

    14163
    Mar 11, 2026
  • ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14331
    Mar 11, 2026
  • ଦେଶ-ଦେଶାନ୍ତର

    'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT

    15191
    Mar 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17364
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13815
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15006
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14763
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15208
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15362
    Mar 03, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15131
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14982
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14496
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

    13727
    Mar 11, 2026
  • କୋଭିଡ୍ ଭ୍ୟାକସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ ହେବ

    14901
    Mar 11, 2026
  • ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା

    14163
    Mar 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In