ବିଷାକ୍ତ ଖାଦ୍ୟ ଖାଇ ୧୧ ଜଣ ଅସୁସ୍ଥ
ଖାଦ୍ୟ ବିଷକ୍ରିୟାରୁ ଅଭାବନୀୟ ଘଟଣା ଘଟିଛି , ଗୋଟିଏ ଗାଁରୁ ଗୋଟିଏ ପରିବାରର ୧୧ଜଣ ଅସୁସ୍ଥ ହୋଇଛନ୍ତି | ଅସୁସ୍ଥ ହୋଇଥିବା ବ୍ୟକ୍ତି ଆନନ୍ଦପୁରର ନନ୍ଦିପଦା ଥାନା ଅନ୍ତର୍ଗତ ଅମୃତପୁର ଗାଁର ଅଟନ୍ତି । ସମସ୍ତ ଅସୁସ୍ଥଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ , ୩ଜଣ ମହିଳା ଓ ୬ଜଣ ଶିଶୁ ଅଛନ୍ତି ।
ଗତକାଲି ଗାଁ ର ଅନନ୍ତ ନାରାୟଣ ଦାସଙ୍କ ପରିବାର ଚିକେନ୍ ଆଣି ରାନ୍ଧି ଖାଇବାର କିଛି ସମୟପରେ ଜଣଙ୍କପରେ ଜଣେ ଅସୁସ୍ଥ ହୋଇଥିଲେ। ଚିକେନ ତରକାରୀ ଖାଇବା ପରେ ହଠାତ୍ ସେମାନଙ୍କୁ ବାନ୍ତି ହୋଇଥିଲା । ଏଥିସହିତ, ସେମାନଙ୍କ ମୁଣ୍ଡ ବୁଲାଇବା, କିଛି ଲୋକଙ୍କୁ ଝାଡ଼ା ମଧ୍ୟ ହୋଇଥିଲା । ଏହାପରେ ସେମାନେ ଶାଳଣିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଠାରେ ଡାକ୍ତର ନଥିବାରୁ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor