୪୦୦ କୋଟିରେ ବିକ୍ରି ହେଲା ଦେବଆନନ୍ଦଙ୍କ ଘର

ଭେଟରାନ ଅଭିନେତା ଦେବଆନନ୍ଦଙ୍କର ୭୩ବର୍ଷ ପୁରୁଣା ଘର ପ୍ରାୟ ୪୦୦କୋଟିରେ ବିକ୍ରି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଅଭିନେତା ତଥା ନିର୍ଦ୍ଦେଶକ ଦେବଆନନ୍ଦ ନିଜ ଜୀବନର ୪୦ ବର୍ଷ ପତ୍ନୀ କଳ୍ପନା କାର୍ତ୍ତିକଙ୍କ ସମେତ ନିଜ ପୁଅ ଓ ଝିଅଙ୍କ ସହ ଏହି ଘରେ କାଟିଥିଲେ । ଏହି ଘରେ ତାଙ୍କର ଅନେକ ସ୍ମୃତି ଭରି ରହିଥିବା ବେଳେ ଏବେ ଏହା ବିକ୍ରି ହୋଇ ସାରିଛି। ଦେବଆନନ୍ଦଙ୍କ ଏହି ଘର ଏବେ ୨୨ ମହଲା ବିଶିଷ୍ଟ ଏକ ଟାୱାରରେ ପରିଣତ ହେବାକୁ ଯାଉଛି।
୧୯୫୦ମସିହାରେ ଅଭିନେତା ଦେବଆନନ୍ଦ ଏହି ଘର ନିର୍ମାଣ କରିଥିଲେ। ତେବେ ଦେବଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦ ଦୀର୍ଘ ଦିନ ଧରି ଆମେରିକାରେ ରହି ଆସୁଥିବା ବେଳେ ଝିଅ ଦେବନା ତାଙ୍କ ମା'ଙ୍କ ସହିତ ଉଟିରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ଦେବଆନନ୍ଦଙ୍କ ଏହି ଘର ଖାଲି ପଡିଥିଲା । ତେଣୁ ପୁଅ ଓ ଝିଅ ଏହି ଘର ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଘର ସମ୍ପ୍ରତି କୋଟି କୋଟି ଟଙ୍କାରେ ଏକ ରିଏଲ୍ ଇଷ୍ଟେଟ୍ କମ୍ପାନିକୁ ବିକ୍ରି କରାଯାଇଛି । ବର୍ତ୍ତମାନ ଏହି ଘରର କାଗଜ ପତ୍ର ଯାଞ୍ଚ୍ ଚାଲିଛି ।
Powered by Froala Editor