ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ କୋର୍ଟ ଗଲେ ଅନୀଲ

ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ବଲିଉଡ୍ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଛି। ଯଦ୍ବାରା ତାଙ୍କର ସମାଜରେ ସମ୍ମାନ ହାନୀ ହେଉଛି ଓ ବ୍ୟକ୍ତିତ୍ବ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ୁଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେଣୁ ଆବେଦନରେ ଅନିଲ କପୁର ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ ଅନିଲଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
Powered by Froala Editor