ଟିକା ନେଲେ ମିଳୁଛି ମାଗଣା ବିରିୟାନୀ, ଲକି ଡ୍ରରେ ସୁନା ମୁଦ୍ରା
କରୋନା ଟିକା ନେବାକୁ ଲୋକମାନେ ଭୟଭୀତ ହେଉଛନ୍ତି । ତେଣୁ ବିଭିନ୍ନ ସ୍ଥାନରେ ଟିକାକରଣକୁ ପ୍ରୋତ୍ସାହନ ଦିଆଯାଉଛି । ଚେନ୍ନାଇର ମଛୁଆରାରେ ଏକ ଗାଁରେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିରିୟାନୀ ଏବଂ ମାଗଣା ଉପହାର ଘୋଷଣା କରିଛି ଏକ ଏନଜିଓ। ଏନଜିଓର ଏହି ଫର୍ମୂଲା କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକେ ଟିକା ନେବାକୁ ଆସୁଥିବା ଜଣପାଡ଼ିଛି।
ଏହି ଗାଁରେ ଜନସଂଖ୍ୟା ୧୪,୩୦୦ ରହିଥିବା ବେଳେ ୬,୪୦୦ଜଣ ୧୮ ବର୍ଷରୁ ଅଧିକ ବୟସ୍କ ଅଛନ୍ତି । ଏସଟିଏସ ଫାଉଣ୍ଡେସନ ଚଳାଉଥିବା ବ୍ୟକ୍ତିଙ୍କ ଅନୁଯାୟୀ, ଦୁଇ ମାସ ମଧ୍ୟରେ ଏଠାରେ କେବଳ ୫୮ଜଣଙ୍କୁ ଟିକା ଦିଆଯାଇଛି । ଏଭଳି ପରିସ୍ଥିତିରେ, ବିଭିନ୍ନ ଫାଉଣ୍ଡେସନର ବ୍ୟକ୍ତିମାନେ ଏକତ୍ରିତ ହୋଇ ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଅଧିକରୁ ଅଧିକ ଲୋକେ ଟିକାକରଣରେ ସାମିଲ ହେଇଛନ୍ତି। ପରେ ପରେ କେବଳ ୩ ଦିନରେ ୩୪୫ ଲୋକ ଟିକା ନେଇଛନ୍ତି।
ଲକି ଡ୍ର ଯୋଜନା ଅନେକ ଲୋକଙ୍କୁ ଟିକା ନେବାକୁ ଆକର୍ଷିତ କରୁଛି। ବିରିୟାନୀ ଏବଂ ଲକି ଡ୍ର ଯୋଗୁ ଲୋକେ ଟିକା ନେବାକୁ ଆଗକୁ ଆସୁଥିବା ସଂଗଠନର ମୁଖ୍ୟ କହିଛନ୍ତି। ସାପ୍ତାହିକ ଲକି ଡ୍ର ଅନୁସାରେ ବିଜେତାଙ୍କୁ ଗ୍ରାଇଣ୍ଡର, ସୁନା ମୂଦ୍ରା ଆଦି ମିଳୁଛି। ବମ୍ପର ଅଫର ମାଧ୍ୟମରେ ଲଭାର୍ଥୀଙ୍କୁ ଫ୍ରିଜ୍, ଓ୍ବାସିଂ ମେସିନ୍ ଏବଂ ଏପରିକି ଏକ ସ୍କୁଟର ମିଳିପାରିବ ବୋଲି ଜଣାପଡ଼ିଛି।
Powered by Froala Editor