ବ୍ରେନ ଫଙ୍କସନକୁ ଭଲ କରିଥାଏ ଭଲ ନିଦ

ସୁସ୍ଥ ରହିବା ପାଇଁ ଯେତିକି ଖାଦ୍ୟ ଓ ପାନୀୟ ଜରୁରୀ ହୋଇଥାଏ , ସେତିକି ଭଲ ନିଦର ବି ଆବଶ୍ୟକ ହୋଇଥାଏ। ଯେବେ ଆପଣ ଭଲ ଭାବେ ଓ ଗଭୀର ନିଦରେ ଶୋଇଥାନ୍ତି ତ ମସ୍ତିସ୍କକୁ ରିଲାକ୍ସ ମିଳିଥାଏ ଓ ଶରୀର ନିଜକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ କରିଥାଏ। ଭଲ ନିଦ ଶରୀର ସହ ହିଁ ଆପଣଙ୍କର ବ୍ରେନ ଫଙ୍କସନକୁ ବି ଭଲ କରିଥାଏ। ଆପଣ ଯଦି ଭଲ ନିଦ ଯାଇ ନଥାନ୍ତି ତ ଏଥିରେ ଆପଣଙ୍କ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଭାବ ପଡ଼ିଥାଏ।
ଫିଲ୍ମ ଦେଖିବା ବା କୌଣସି କାମ କାରଣରୁ ରାତିରେ ୨ ବା ୩ଟା ଯାଏ ନଶୋଇବା ଦ୍ୱାରା ଆପଣଙ୍କ ନିଦ ପୂରା ହୋଇ ନଥାଏ, କିନ୍ତୁ ଦୀର୍ଘ ଦିନ ଧରି ଏହି ଅବହେଳା ଆପଣଙ୍କ ମସ୍ତିଷ୍କର କ୍ଷମତାକୁ ପ୍ରଭାବିତ କରିପାରେ। ମସ୍ତିଷ୍କର ଏକ ଏମିତି ପ୍ରୋଟେକ୍ଟିଭ୍ ପ୍ରୋଟିନକୁ ଅନୁଶୀଳନ କରିଛନ୍ତି , ଯାହାର ସ୍ତର କମ ନିଦ କାରଣରୁ ହ୍ରାସ ପାଇ ଥାଏ।
ନିଜର ଲାଇଫଷ୍ଟାଇଲକୁ ବାଲାନ୍ସ କରନ୍ତୁ ଏବଂ ଠିକ ସମୟରେ ଶୁଅନ୍ତୁ ଓ ଉଠନ୍ତୁ । ଦିନରେ ଗୋଟିଏ ଥର ବ୍ୟାୟାମ ନିଶ୍ଚୟ କରନ୍ତୁ । ଶୋଇବା ପୂର୍ବରୁ ଚା ବା ମଦ ପିଇବାରୁ ନିବୃତ୍ତ ରୁହନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ ।
ରାତ୍ରି ଭୋଜନ ଶୋଇବାର ୨-୩ ଘଣ୍ଟା ପୂର୍ବରୁ କରନ୍ତୁ। ଖାଦ୍ୟ ଖାଇବା ପୂର୍ବରୁ ତୁରନ୍ତ ଶୁଅନ୍ତୁ ନାହିଁ । ଶୋଇବା ପୂର୍ବରୁ ସ୍କ୍ରିନ ଲାଇଟ୍ ଯେମିତି କି - ମୋବାଇଲ ବା ଟିଭି ସାମନାରେ ଘଣ୍ଟା ଘଣ୍ଟା ଧରି ବସିବାରୁ ଦୂରେଇ ରୁହନ୍ତୁ।
Powered by Froala Editor