ମୋଦିଙ୍କ କାର୍ୟ୍ୟକୁ ପ୍ରଶଂସା କଲେ ପୁଟିନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ୟ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ପ୍ରଶଂସା କରିଛନ୍ତି । ମେକ ଇନ ଇଣ୍ଡିଆ କାର୍ୟ୍ୟକ୍ରମକୁ ପ୍ରଶଂସା କରି ସେ କହିଛନ୍ତି ପିଏମ ମୋଦି ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି । ଋଷର ଭ୍ଲାଦିଭୋଷ୍ଟକରୁ ୮ମ ଇଷ୍ଟନ ଇକୋନୋମିକ ଫୋରରୁ ଏହା କହିଛନ୍ତି ପୁଟିନ ।
ପୁଟିନ କହିଛନ୍ତି,''ଘରୋଇ ସ୍ତରରେ ନିର୍ମିତ ଅଟୋମୋବାଇଲ ବ୍ୟବହାର ହେବା ଦରକାର । ପିଏମ ମୋଦିଙ୍କ ନେତୃତ୍ବାରେ ଭାରତ ତାର ନୀତିର ମିଶାଲ ସୃଷ୍ଟି କରିିଛି । ୧୯୯୦ ଦଶକରେ ଆମ ପାଖରେ ଘରୋଇ ସ୍ତରରେ ନିର୍ମିତ କାର ନଥିଲା ମାତ୍ର ଏବେ ଆମ ପାଖରେ ଅଛି । ଏହା ସତ୍ୟ କି ତାହା ମର୍ସଡିଜି ଓ ଅଡି ତୁଳନାରେ ସାଧାରଣ ଦେଖାଯାଏ । ମାତ୍ର ଏହା କୌଣସି ବିଷୟ ନୁହେଁ । ଆମକୁ ଭାରତକୁ ଅନୁକରଣ କରିବାକୁ ହେବ । ଭାରତ ତାର ଘରୋଇ ନିର୍ମିତ ଗାଡି ଉପରେ ଅଧିକ ଫୋକସ ଦେଉଛି । ମୋତେ ଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି ।''
ସେ ଆହୁରି କହିଛନ୍ତି, ଋଷ ନିର୍ମିତ ଅଟୋ ମୋବାଇଲ୍ସ ବ୍ୟବହାର କରିବା ଭୁଲ ନୁହେଁ । ଆମ ପାଖରେ ଥିବା ଅଟୋମୋବାଇଲର ବ୍ୟବହାର କରିବା ଦରକାର । ଓଗଋଉ କନେକ୍ଟିଭିଟି କରିଡରକୁ ତୁର୍କୀ ବିରୋଧ କରୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବାଗତ କରିଛନ୍ତି । ଏହି କରଡରରେ ଭାରତକୁ ଋଷର ସହଯୋଗ ମିଳିଛି । ଏହା ଲଜିଷ୍ଟିକ ଫାଇଦା ଦେବ ବୋଲି କହିଛନ୍ତି ପୁଟିନ ।
ପୁଟିନ କହିଛନ୍ତି, ଆମେରିକା ଏକ ନୂଆ ଆର୍ଥିକ କରିଡର ନିର୍ମାଣ ନେଇ ୟୁରୋପୀୟ ସଂଘ, ସାଉଦି ଆରବ ଏବଂ ଭାରତ ସହ ସହମତ ପ୍ରକାଶ କରି ସୀକୃତି ଦେଇଛି । ମାତ୍ର ଏହି ଯୋଜନା ଋଷ ପାଇଁ ଲାଭଦାୟକ ହେବ । ଆଇଏମଇସି ତାଙ୍କ ଦେଶକୁ ଲଜିଷ୍ଟିକ ବିକଶିତ କରିବାକୁ ସହାୟକ ହେବ । ଏହି ଯୋଜନା ଉପରେ ଅନେକ ବର୍ଷ ହେବ ଚର୍ଚ୍ଚା ଚାଲିଥିଲା ।'' ଭାରତ, ଆମେରିକା, ସାଉଦି ଆରବ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ୟୁରୋପୀୟ ସଂଘ ଦ୍ବାରା ଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଭାରତ ମଧ୍ୟ ପୂର୍ବର ସ୍ଥାପନା ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି । ଯାହାକୁ ନେଇ ଏହା କହିଛନ୍ତି ପୁଟିନ ।
Powered by Froala Editor