ବସ୍-ଟ୍ରକ୍ ଧକ୍କା, ୧୧ ଯାତ୍ରୀ ମୃତ
ଭରତପୁର: ମଙ୍ଗଳବାର ରାତିରେ ରାଜସ୍ଥାନର ଭରତପୁର ଜିଲ୍ଲା ଅନ୍ତର୍ଗତ ଜୟପୁର-ଆଗ୍ରା ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଗୋଟାଏ ବସ୍ ଉପରେ ଗୋଟାଏ ଟ୍ରକ୍ ଧକ୍କା ଖାଇବାରୁ ଅନ୍ୟୂନ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୨ଜଣ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ଗୁଜରାଟର ଭାବନଗରରୁ ଉତ୍ତର ପ୍ରଦେଶର ବୃନ୍ଦାବନ ଅଭିମୁଖେ ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪.୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଜଣେ ଯାତ୍ରୀଙ୍କ କହିବା ଅନୁସାରେ, କୌଣସି କାରଣରୁ ଖରାପ ହୋଇଯିବାରୁ ସେ ବସ୍ ରାଜପଥରେ ଥିବା ଗୋଟାଏ ପୋଲ ଉପରେ ଠିଆ ହୋଇଥିଲା। କିଛି ଯାତ୍ରୀ ଓହ୍ଲାଇ ଯାଇ ବସ୍ ପଛ ପଟରେ ଠିଆ ହୋଇଥିଲେ। ଏତିକି ବେଳେ ପଛ ଆଡୁ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଆସି ବସ୍ ଉପରେ ଧକ୍କା ଖାଇଲା। ପୁଲିସ କହିଛି ଯେ, ତେଲ ସରିଯିବାରୁ ସେ ବସ୍ ଲଖନପୁର ଅଞ୍ଚଳରେ ଥିବା ଅନ୍ତରା ଫ୍ଲାଏ ଓଭର୍ ଉପରେ ଅଟକି ଥିବା ବଳେ ପଛଆଡୁ ଗୋଟାଏ ଟ୍ରଲର୍ ଟ୍ରକ୍ ଆସି ଧକ୍କା ଦେଇଥିଲା। ଫଳରେ ବସ୍ଟି ଓଲଟି ପଡ଼ିଲା। ଘଟଣାସ୍ଥଳରେ ୫/୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନେ ବସ୍ର ସବା ପଛ ଧାଡ଼ି ସିଟ୍ରେ ବସିଥିଲେ।
Powered by Froala Editor